Latest Odisha News

ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି, ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ସମ୍ପନ୍ନ ହେବ। ଏଥିଲାଗି ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଏନେଇ ବିଶେଷ ସୂତ୍ରରୁ ଖବର ମିଳିଛି। ଦଇତାପତି ସେବକମାନେ ଠାକୁରଙ୍କ ଏହି ସେବା କରିବେ। ଠାକୁରଙ୍କ ଶ୍ରୀଅଙ୍ଗସୁରକ୍ଷା ପାଇଁ ଏହି ନୀତି ହେଉଥିବା ସେବାୟତମାନେ କୁହନ୍ତି। ପାଟବସ୍ତ୍ରକୁ ପଇତା ଭଳି ବଳାଯାଇ ଦାରୁଦେବତାଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥାଏ। ଏହି ସ୍ୱତନ୍ତ୍ର ନୀତି ପାଇଁ ଦର୍ଶନ କଟକଣା ରହିବ।

ସେଦିନ ଅପରାହ୍ଣରେ ପ୍ରାୟ ୩ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଅନୁମାନ କରାଯାଉଛି। ନୀତି ସରି ଠାକୁରଙ୍କ ମହାସ୍ନାନ ବଢ଼ିଲେ ପୁନଃ ଦର୍ଶନ ଆରମ୍ଭହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ପଇତାଲାଗି ନୀତି ହେବ। ଦଇତାପତି ସେବକମାନେ ଗର୍ଭଗୃହକୁ ପ୍ରବେଶ କରି ସାମୂହିକ ସେବା ସମ୍ପନ୍ନ କରିବେ।

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତା ଲାଗି କରାଯାଇଥାଏ, ଯାହା ଏକ ଗୁପ୍ତ ଓ ବିଶେଷ ନୀତି। ଏହି ସମୟରେ, ବିଶେଷ କରି ଚନ୍ଦନଯାତ୍ରା ଓ ରଥଯାତ୍ରା ପୂର୍ବରୁ, ପ୍ରାୟ ୪-୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିଥାଏ। ଏହି ନୀତି ମଧ୍ୟାହ୍ନ ଧୂପ ଓ ଭୋଗ ମଣ୍ଡପ ପରେ ଅନୁଷ୍ଠିତ ହୁଏ।

Comments are closed.