Latest Odisha News

୩ ମାସରେ ୨ଟି ସନ୍ତାନ ଜନ୍ମ ଦେଲେ ମହିଳା!

ନୂଆଦିଲ୍ଲୀ: ବିହାର ସମଷ୍ଟିପୁର ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଜଣେ ମହିଳା ନଅ ମାସ ପରିବର୍ତ୍ତେ ତିନିମାସ ୧୨ ଦିନ ମଧ୍ୟରେ ଦୁଇଥର ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ଥର ମହିଳା ଜଣକ ଏକ ପୁଅକୁ ଜନ୍ମ ଦେଇଥିବା ସୂଚନା ମିଳିଛି। କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଏ ବିଷୟରେ କିଛି ଜାଣି ନଥିବା କହିଛନ୍ତି।

BjdElectrycity

ଉଭୟ ଥର ଡାକ୍ତରଖାନାରେ ମହିଳା ଜଣକଙ୍କର ପ୍ରସବ କରିଥିବା ଜଣାପଡ଼ିଛି। ମାମଲାର ଖୁଲାସା ପରେ ଅତିରିକ୍ତ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ କମ ସହକାରୀ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଏକ ତଦନ୍ତକାରୀ ଦଳ ଗଠନ କରିଛନ୍ତି।

ରେକର୍ଡ ଅନୁଯାୟୀ, ଉଜିଆରପୁର ବ୍ଲକର ହରପୁର ରେବାରୀ ଗାଁର ୨୮ ବର୍ଷୀୟା ମହିଳା କହିଛନ୍ତି। ସେହି ଗାଁର ଜଣେ ମହିଳାଙ୍କ ସହାୟତାରେ ତାଙ୍କୁ ୨୪ ଜୁଲାଇରେ ପ୍ରଥମ ଥର ପାଇଁ ଉଜିଆରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହି ଦିନ ମହିଳା ଜଣକ ମଧ୍ୟ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହା ପରେ ଉକ୍ତ ମହିଳା ପୁନର୍ବାର ପ୍ରସବ ପାଇଁ ନଭେମ୍ବର ୩ ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ନଭେମ୍ବର ୪ ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହା ପରେ ମହିଳାଙ୍କୁ ଡିସଚାର୍ଜ କରାଯାଇଥିଲା।

Leave A Reply

Your email address will not be published.