Latest Odisha News

BREAKING NEWS

ଚିନ୍ତା ବଢାଉଛି ଝାଡ଼ଖଣ୍ଡି ହାତୀ ପଲ

ବାରିପଦା: ଚିନ୍ତା ବଢାଉଛି ଝାଡଖଣ୍ଡୀ ହାତୀ ପଲ ଥମୁନି ହାତୀ ଉତ୍ପାତ। ଦିନକୁ ଦିନ ହାତୀ ପଲ ଜଙ୍ଗଲ ଛାଡି ଗାଁ ମୁହାଁ ହେବାରେ ଲାଗିଛନ୍ତି। ଘରଦ୍ୱାର ଭାଙ୍ଗିବା ସହିତ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି। ଏବେ ରାତିରେ ନୁହେଁ ଦିନରେ ବି ହାତୀ ପଲ ଗାଁ ଭିତରେ ପଶି ଆତଙ୍କ ଖେଳାଇ ଚାଲିଛନ୍ତି।

ଝାଡ଼ଖଣ୍ଡି ହାତୀ ଚାଷୀଙ୍କ ଚିନ୍ତା ବଢ଼ାଇଛନ୍ତି ।  ମୟୂରଭଞ୍ଜ ଜିଲ୍ଲାର ଦେଉଳିରେଞ୍ଜ ନଡପୁର ଜଙ୍ଗଲରୁ ହାତୀ ପଲ ନୀଳଗିରି ଗୋପାଳପୁର ସଂରକ୍ଷିତ ବୁଦୁସାହି ଜଙ୍ଗଲରେ ପଶିଥିଲେ । ଝାଡଖଣ୍ଡି ହାତୀ ପଲକୁ ନେଇ ଭୟ ବଢିବାରେ ଲାଗିଛି । ଏହାକୁ ନେଇ ଅଞ୍ଚଳବାସୀ ଭୟରେ ରହିବା ସହ ଧାନ ଅମଳ କ୍ଷୟକ୍ଷତି ହେବାର ସମ୍ଭାବନା ଥିବାରୁ ହାତୀକୁ ଜଗି ରହିଛନ୍ତି ।

ଜଙ୍ଗଲରେ ହାତୀ ଥିବା ଜାଣିବା ପରେ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ । ହାତୀର ଗତିପଥ ଉପରେ ନଜର ରଖିଛି ବନ ବିଭାଗ ।

Leave A Reply

Your email address will not be published.