Latest Odisha News

BREAKING NEWS

ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କଲେ ଆଉ ଜଣେ ବଧୂ; କାରଣ ଅସ୍ପଷ୍ଟ

ବୁଗୁଡା : ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ମୋଟବାଡ଼ି ଗ୍ରାମରେ ୨୩ ବର୍ଷ ବୟସ୍କା ଜଣେ ବଧୂ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।  ଦୁଇ କନ୍ୟା ସନ୍ତାନଙ୍କ ମାଆ ହୋଇ ଥିବା ଏହି ମହିଳା ଜଣଙ୍କ ଅକ୍ଟୋବର ୨୬ ତାରିଖ ଦିନ ନିଜେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ସୂଚନାନୁସାରେ, ମୋଟବାଡ଼ି ଗ୍ରାମର ଚିତ୍ରସେନ ଗୌଡ଼ଙ୍କ ପତ୍ନୀ ପୁର୍ଣ୍ଣବାସି ଗୌଡ଼ (୨୩) ସୋମବାର ଦିନ ନିଜ ଶାଶୁ ଘରେ ମଧ୍ୟାହ୍ନ ସମୟରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ଘଟଣା ସ୍ଥଳରେହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ମହିଳା ଜଣଙ୍କର ୪ ବର୍ଷ ଓ ୭ ମାସର ଦୁଇଟି କନ୍ୟା ସନ୍ତାନ ଅଛନ୍ତି। ଖବର ପାଇ ବୁଗୁଡା ଥାନା ଆଇଆଇସି ଓ ସବ ଇନ୍ସପେକ୍ଟର ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ ପକ୍ଷରୁ ଅନୁସନ୍ଧାନ ଚାଲୁ ରହିଥିବା ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.