Latest Odisha News

BREAKING NEWS

ଅଷ୍ଟ୍ରେଲିଆ ଟୁର ପାଇଁ ଟିମ୍ ଇଣ୍ଡିଆ ଘୋଷଣା, କେଉଁ ଫର୍ମାଟରେ ଖେଳିବ କିଏ?

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଆଜି ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ତେବେ ବଡ କଥା ହେଉଛି ଯେ, ଏକାସଙ୍ଗେ ଟିଟ୍ୱେଂଟି, ଦିନିକିଆ ଏବଂ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରାଯାଇଛି । ସବୁ ଫର୍ମାଟରେ ବିରାଟ କୋହଲି ଅଧିନାୟକ ଦାୟିତ୍ୱ ତୁଲାଇବେ । ତେବେ ଏହି ଅଷ୍ଟ୍ରେଲିଆ ଟୁର୍‌ରୁ ବାଦ୍ ପଡିଛନ୍ତି ରୋହିତ ଶର୍ମା । କେ.ଏଲ୍ ରାହୁଲଙ୍କୁ ତିନୋଟି ଫର୍ମାଟରେ ସ୍ଥାନରେ ମିଳିଛି । ଏଥିସହ ତାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆ ୩ଟି ଟି-20, ୩ଟି ଦିନିକିଆ ଏବଂ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ।

ଦିନିକିଆ ଟିମ୍‌- ବିରାଟ କୋହଲି (ଅଧିନାୟକ) , ଶିଖର ଧାଓ୍ୱନ, ଶୁଭମନ ଗିଲ, କେ.ଏଲ. ରାହୁଲ, ଶ୍ରେୟାସ ଅୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରଓ୍ୱାଲ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜସପ୍ରିତ ବୁମରା, ମହମ୍ମଦ ସାମି, ନବଦୀପ ସୈନି, ଏବଂ ଶାର୍ଦ୍ଦୁଲ ଠାକୁର।

ଟେଷ୍ଟ ଟିମ୍‌- ବିରାଟ କୋହଲି ( ଅଧିନାୟକ ), ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ସ, କେ.ଏଲ. ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ହନୁମାନ ବିହାରୀ, ଶୁଭମନ ଗିଲ, ରିଦ୍ଧିମାନ ଶାହା, ରିଶଭ ପନ୍ତ, ଜସପ୍ରିତ ବୁମରା, ମହମ୍ମଦ ସାମି, ଉମେଶ ଯାଦବ, ନବଦୀପ ସୈନି, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ଆର. ଅଶ୍ୱୀନ ଏବଂ ମହମ୍ମଦ ଶିରାଜ।

ଟି-20 ଟିମ୍‌- ବିରାଟ କୋହଲି ( ଅଧିନାୟକ ) , ଶିଖର ଧାଓ୍ୱନ, ମୟଙ୍କ ଅଗ୍ରଓ୍ୱାଲ, କେ.ଏଲ. ରାହୁଲ, ଶ୍ରେୟାସ ଅୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଂଜୁ ସାମସନ, ରବୀନ୍ଦ୍ର ଜାଡେଜା, ଓ୍ୱାସିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଜସପ୍ରିତ ବୁମରା, ମହମ୍ମଦ ସାମି, ନବଦୀପ ସୈନି, ଦୀପକ ଚହର ଏବଂ ବରୁଣ ଚକ୍ରବର୍ତ୍ତୀ।

ଏହାସହ ଦଳ ସହ ୪ ଜଣ ଅତିରିକ୍ତ ବୋଲର ମଧ୍ୟ ଅଷ୍ଟ୍ରେଲିଆ ଗସ୍ତରେ ଯିବେ, ସେମାନେ ହେଲେ କମଲେଶ ନଗରକୋଟି, କାର୍ତ୍ତିକ ତ୍ୟାଗୀ, ଇଶାନ ପୋରେଲ ଏବଂ ଟି. ନଟରାଜନ।

Leave A Reply

Your email address will not be published.