Latest Odisha News

BREAKING NEWS

ଛତିଶଗଡ଼ ଏନ୍‌କାଉଣ୍ଟରରେ ମହିଳା ମାଓବାଦୀ ନିହତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋମବାର ସକାଳେ ଛତିଶଗଡ଼ର କାଙ୍କେର୍‌ ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ସହ ମାଓବାଦୀର ଏନକାଉଣ୍ଟର। ଏହି ଏନକାଉଣ୍ଟରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ପୋଲିସ ସୂଚନା ଦେଇଛି। ତେବେ ଉକ୍ତ ମହିଳା ମାଓବାଦୀଙ୍କୁ ଚିହ୍ନଟ କରାଯାଇ ନାହିଁ। କିନ୍ତୁ ମହିଳା ଜଣଙ୍କ ମାଓବାଦୀ ୟୁନିଫର୍ମରେ ଥିଲେ ଏବଂ ତାଙ୍କ ନିକଟରୁ ଏ.303 ରାଇଫଲ ସହିତ ସଶସ୍ତ୍ର ଉଦ୍ଧାର କଲା ସୁରକ୍ଷା ବାହିନୀ।

ଏନେଇ ବସ୍ତର ରେଞ୍ଜ୍ ପୋଲିସ ଇନ୍‌ସ୍‌ପେକ୍ଟର୍‌ ସୁନ୍ଦରରାଜ ପି. କହିଛନ୍ତି, ସୁରକ୍ଷା କର୍ମୀ ମାଓବାଦୀ ନିରୋଧୀ ଅଭିଯାନରେ ବାହାରିଥିବା ବେଳେ ଛୋଟେବେଥିୟା ଥାନା ଅନ୍ତର୍ଗତ ବିନାଗୁଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ଆଜି ସକାଳ ପ୍ରାୟ ୭ଟା ବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଡିଷ୍ଟ୍ରିକ୍ଟ୍‌ ରିଜର୍ଭ ଗାର୍ଡ (ଡିଆର୍‌ଜି) ଏବଂ ବର୍ଡର୍‌ ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌)ର ୧୩୨ ବାଟାଲିୟାନ୍‌ର ଯବାନମାନେ ମିଳିତ ଭାବେ ଏକ ଅଭିଯାନ ଆରମ୍ଭ କରିଥିଲେ। ସୋମବାର ସକାଳେ ଏହି ଅଭିଯାନରେ ଉଭୟ ଟିମ ସାମିଲ ହୋଇଥିଲେ।

ସକାଳ ପ୍ରାୟ ୭ଟା ବେଳେ ମାଓବାଦୀ ଏବଂ ସରକ୍ଷା କର୍ମୀଙ୍କ ମଧ୍ୟରେ ପରସ୍ପର ଗୁଳିବିନିମୟ ହୋଇଥିଲା। ଗୁଳି ବିନିମୟ ବନ୍ଦ ହେବା ପରେ ୟୁନିଫର୍ମ ପିନ୍ଧିଥିବା ଜଣେ ଅଜ୍ଞାତ ମହିଳା ମାଓବାଦୀଙ୍କ ମୃତଦେହ ମିଳିଥିଲା। ଘଟଣାସ୍ଥଳରେ ତଦନ୍ତ ଅଭିଯାନ ଚାଲିଛି ବୋଲି ଇନ୍‌ସ୍‌ପେକ୍ଟର୍‌ ସୁନ୍ଦରରାଜ ପି. କହିଛନ୍ତି।

Leave A Reply

Your email address will not be published.