Latest Odisha News

BREAKING NEWS

ବାହାରିଲା ସିିଭିଲ ସର୍ଭିସ ପ୍ରିଲିମ-୨୦୨୩ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଗତ ମେ ୨୮ ତାରିଖରେ ହୋଇଥିବା ସିଭିଲ ସର୍ଭିସ (UPSC Prelims)   ପରୀକ୍ଷା-୨୦୨୩ ଫଳ ଆଜି ପ୍ରକାଶ ପାଇଛି । ଯେଉଁ ପିଲାମାନେ ପ୍ରିଲିମ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବେ ସେମାନେ ସିଭିଲ ସର୍ଭିସ ମେନ ପରୀକ୍ଷା-୨୦୨୩ ଦେଇପାରିବେ ।

ସିଭିଲ ସର୍ଭିସ ନିୟମ ଅନୁଯାୟୀ, ପ୍ରିଲିମରେ ସଫଳତା ପାଇଥିବା ପ୍ରାର୍ଥୀମାନେ ପୁଣି ଥରେ ସମସ୍ତ ବିବରଣୀ ସହ ଡିଟେଲ୍ଡ ଆପ୍ଲିକେସନ ଫର୍ମ-୧(DAF-I) ରେ ସିଭିଲ ସର୍ଭିସ ମେନ ପାଇଁ ଆବେଦନ କରିବେ । DAF-I   ଭରିବାର ତାରିଖ  ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଯଥା ସମୟରେ ସିଭିଲ ସର୍ଭିସ କମିଶନ ୱେବସାଇଟରେ ଜଣାଇ ଦିଆଯିବ ।

ଏଠି କହି ରଖିବାକୁ ଚାହିଁବୁ, ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷାର ମାର୍କ, କଟଅଫ ମାର୍କ, ଆନ୍ସର କି ଆଦି କମିଶନରଙ୍କ ୱେବସାଇଟରେ ଅପଲୋଡ ହୋଇଯିବ । ସିଭିଲ ସର୍ଭିସ ପରୀକ୍ଷା-୨୦୨୩ର ଫାଇନାଲ ରେଜଲ୍ଟ ବାହାରିବା ପରେ ପ୍ରାର୍ଥୀ https://upsc.gov.inରେ  ଏହାର ସମସ୍ତ  ବିବରଣୀ ପାଇପାରିବେ ।

କେମିତି ଜାଣିବେ ରେଜଲ୍ଟ-

-ପ୍ରଥମେ ୟୁପିଏସସିର ଅଫିସଆଲ ୱେବସାଇଟ upsc.gov.in.କୁ ଯିବେ

-ସେଠାରେ ହୋମ ପେଜରେ UPSC Civil Services Prelims Result 2023 ଲିଙ୍କ ଥିବ । ସେଠାରେ କ୍ଲିକ କରିବେ ।

-ଏକ ପିଡିଏଫ ଫାଇଲ ଖୋଲିବ ଯେଉଁଥିରେ ରୋଲ ନମ୍ବର ଥିବ ।

-ନିଜ ନମ୍ବରକୁ ମିଳାଇ ରେଜଲ୍ଟ ଜାଣି ନିଅନ୍ତୁ

 

Leave A Reply

Your email address will not be published.