ଚୀନ: ଆଜିକାଲି ଭଲ ଜୀବନସାଥୀଟିଏ ପାଇବା ସହଜ ନୁହେଁ । ଅଧିକାଂଶ ଝିଅ ହୁଅନ୍ତୁ ବା ପୁଅ ନିଜ ପାଇଁ ଜୀବନସାଥୀଟିଏ ଖୋଜି ଖୋଜି ନୟାନ୍ତ ହେଉଥିଲେ ମଧ୍ୟ ନିଜ ପାଇଁ ସାଥୀଟିଏ ପାଉ ନାହାନ୍ତି । ହେଲେ ଚୀନର ଜଣେ ମହିଳା ଗୋଟେ କି ଦୁଇଟି ନୁହେଁ, ୩ ଟି ପୁରୁଷଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ଏହାର ପ୍ରକୃତ କାରଣ ଜଣାପଡ଼ିବା ପରେ ମହିଳା ଜଣକ ଏବେ ମାମୁଁ ଘରେ ଅର୍ଥାତ୍ ଥାନାରେ ।
ଆଜିକାଲି ଚୀନର ଜୋ ନାମକ ଜଣେ ମହିଳା ଚର୍ଚ୍ଚାରେ ରହିଛନ୍ତି । ସେ ଏକା ସାଙ୍ଗରେ ୩ ଜଣଙ୍କୁ ବିବାହ କରି ସ୍ତ୍ରୀ ସାଜିଛନ୍ତି । ୩୫ ବର୍ଷୀୟା ଜୋ ପୂର୍ବରୁ ଜଣଙ୍କୁ ବିବାହ କରିଥିଲେ । ପରେ ଆଉ ୩ ପୁରୁଷଙ୍କୁ ବିବାହ କରି ସ୍ତ୍ରୀ ରୂପରେ ରହୁଥିଲେ । ସମସ୍ତଙ୍କୁ ପାଳି କରି ସମୟ ଦେଉଥିଲେ । ଯେପରି ଧରା ନ ପଡ଼ିବେ ସେଥିପ୍ରତି ସତର୍କ ବି ରହୁଥିଲେ । ଏହି ବିବାହ ସେ କେବଳ ସେମାନଙ୍କୁ ଲୁଟିବା ପାଇଁ କରିଥିବା ପୋଲିସ ଜାଣିବାକୁ ପାଇଛି ।
ଜୋଙ୍କୁ ପୋଲିସ ଗିରଫ କରିଛି । ସେ ୩ ପୁରୁଷଙ୍କୁ ବିବାହ କରି ସେମାନଙ୍କଠାରୁ ଟଙ୍କା ଲୁଟି ନେବା ଅଭିଯୋଗରେ ଗିରଫ କରିଛି ପୋଲିସ । ଯେତେବେଳେ ପୋଲିସ ମହିଳାଙ୍କୁ ଗିରଫ କଲା, ସେତେବେଳେ ତାଙ୍କ ଜୀବନର ଏପରି ରହସ୍ୟ ପଦାକୁ ଆସିଲା ଯାହା ପୋଲିସ ଶୁଣି ଆଶ୍ଚର୍ଯ୍ୟ ହୋଇଗଲା । ବର୍ତ୍ତମାନ ମହିଳାଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ରିପୋର୍ଟ ଅନୁଯାୟୀ, ମହିଳା ଜଣଙ୍କ ଏହି ତିନି ସ୍ୱାମୀଙ୍କଠାରୁ ପ୍ରାୟ ୮୦ ଲକ୍ଷ ଟଙ୍କା ନେଇଯାଇଛନ୍ତି ।
Comments are closed.