Latest Odisha News

BREAKING NEWS

‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ପାଇଁ ବଦଳିଲା ପିଲାଙ୍କ ପରୀକ୍ଷା ସମୟ

ସମ୍ବଲପୁର: ଏକ ସରକାରୀ ସ୍କୁଲରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପ୍ରକଳ୍ପ ଅଧୀନରେ ସରକାରୀ କାର୍ଯ୍ଯକ୍ରମକୁ ସୁବିଧା କରିବା ପାଇଁ ଏହାର ଷାଣ୍ମାସିକ ପରୀକ୍ଷାର ସମୟ ପରିବର୍ତ୍ତନ କରାଯାଇଛି। ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ମାଲତୀଗୁଣ୍ଡେରପୁର ହାଇସ୍କୁଲରେ ଶନିବାର ଏହି ଘଟଣା ଘଟିଛି। ପୂର୍ବରୁ ୧୦ଟା ୩୦ରୁ ଦିନ ୧ଟା ଯାଏଁ ପରୀକ୍ଷା ହେବାର ଥିଲା କିନ୍ତୁ ୭ଟାରୁ ଆରମ୍ଭ କରି ୯ଟା ୩୦ ମଧ୍ୟରେ ପରୀକ୍ଷା ଶେଷ କରି ଦିଆଯାଇଥିଲା।

BjdElectrycity

ଯେଉଁ ସମୟରେ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା ସେହି ସମୟରେ ସ୍କୁଲ ଖେଳପଡ଼ିଆରେ ନବୀନ ଓଡ଼ିଶା ପ୍ରକଳ୍ପ ଅଧୀନରେ ଏକ ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବାଧ୍ୟ ହୋଇ ପରୀକ୍ଷାକୁ ସକାଳ ସିଫ୍ଟକୁ ଘୁଞ୍ଚାଇ ଦେଇଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ପୂଜାରୀ କହିଛନ୍ତି ଯେ, ପରୀକ୍ଷା ସମୟରେ ବିଦ୍ୟାଳୟରେ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଆପତ୍ତି କରି ଡିଇଓ ଓ ବିଇଓଙ୍କୁ ଚିଠି ଲେଖିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା।

ସକାଳ 10ଟା ସୁଦ୍ଧା ପରୀକ୍ଷା ସରିବ ଓ ପରେ କାର୍ଯ୍ୟକ୍ରମ ଆରମ୍ଭ ହେବ, ତେଣୁ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ସମସ୍ୟା ରହିବ ନାହିଁ ଚିନ୍ତା କରି ପରୀକ୍ଷା ସମୟରେ ପରିବର୍ତ୍ତନ କରାଯାଇଥିଲା ବୋଲି ଜିଲ୍ଲାପାଳ କହିଛନ୍ତି।

ବିଡିଓଙ୍କୁ ସରକାରୀ କାର୍ଯ୍ୟକ୍ରମ ପାଇଁ ସ୍କୁଲ ଖେଳ ପଡିଆ ଉପଯୁକ୍ତ ମନେହେଉଥିବାରୁ ସେ ସେଠାରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିବା ଜିଲ୍ଲା ପରିଷଦ ସଭାପତି କହିଛନ୍ତି।

ତେବେ ଓଡିଶାର ସମସ୍ତ ବିଦ୍ୟାଳୟରେ ଏକାସାଙ୍ଗରେ ନବମ-ଦଶମ ଷାଣ୍ମାସିକ ପରୀକ୍ଷା ଅନୁଷ୍ଠିତ ହେବା ଏବଂ ପ୍ରଶ୍ନପତ୍ର ମଧ୍ୟ ସମାନ ଭାବେ ଚାରିଆଡେ ଘୁରିବୁଲିବା ଘଟଣା ପ୍ରଶ୍ନପତ୍ର ଲିକ୍କୁ ନେଇ ଚିନ୍ତା ବଢାଇ ଦେଇଛି।

Leave A Reply

Your email address will not be published.