ଗଞ୍ଜାମ: ଗୀତ ଗାଉଥିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ଖଲ୍ଲିକୋଟ ବାଲୁକେଶ୍ବରପୁର ଗ୍ରାମରେ ହେଉଥିବା ଏକ ମହାଭାରତ ନାଟକରେ । ଯୁବକ ଜଣକ ହେଲେ ପାତ୍ରପୁର ନିକଟ ଏସ ବେଲପଡ଼ା ଗ୍ରାମର ଶାନ୍ତୁନ କୁମାର ସାହୁ ।
ହୋଲି ଅବସରରେ ଖଲ୍ଲିକୋଟ ବାଲୁକେଶ୍ବରପୁର ଗ୍ରାମରେ ଆୟୋଜିତ ହୋଇଥିଲା ମହାଭାରତ ନାଟକ । ଏଥିରେ ଶାନ୍ତୁନ ଗୀତ ଗାଉଥିଲେ କିନ୍ତୁ ହଠାତ ଗୀତ ଗାଉ ଗାଉ ସେ ଟଳି ପଡିଥିଲେ । ତୁରନ୍ତ ତାଙ୍କୁ ଖଲ୍ଲିକୋଟ ମେଡିକାଲ ନିଆଯାଇଥିଲା। କିନ୍ତୁ ସେଠାର ଡାକ୍ତର ମୃତ ଘୋଷଣା କରିଥିଲେ।
ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରୁଛି।