ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଜରେଇକେଲା ସୀମାନ୍ତରୁ ମାତ୍ର ୨୫ କିଲୋମିଟର ଦୁରରେ ଥିବା ସରଣ୍ଡା ଜଙ୍ଗଲ ଅଞ୍ଚଳ ବଲିବାଠାରେ ପୁଣି ଏକ ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣ ହୋଇଛି । ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବଲିବା ଗାଁର ସାଉ ବାରଜୋ (୩୦) ।
ସାଉ ବାରଜୋ ପତ୍ର ତୋଳିବା ସହ କାଠ ପାଇଁ ଶନିବାର ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ରାସ୍ତାରେ ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନ ଉପରେ ତାଙ୍କର ଗୋଡ ପଡିଯାଇଥିଲା । ଫଳରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ସାଉ ବାରଜୋଙ୍କ ଦୁଇଟି ଯାକ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ଏହାପରେ ସିଆରପିଏଫ ଯବାନମାନେ ସାଉଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ମନୋହରପୁର ସ୍ଥିତ ସରକାରୀ ହସ୍ପିଟାଲକୁ ପଠାଇଥିଲେ, ଚିକିତ୍ସାଦୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ସୁଚନା ମିଳିଛି l
ତେବେ ଯବାନଙ୍କ ଉଦ୍ଦେଶ୍ୟରେ ଏହି ଲ୍ୟାଣ୍ଡ ମାଇନ ଖଞ୍ଜା ଯାଇଥିବାବେଳେ, ଜଣେ ଗ୍ରାମବାସୀ ସଂସ୍ପର୍ଶରେ ଆସିଗଲେ । ଯାହଫଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଚାଇଁବାସା ଏସ. ପି ରାକେଶ ରଞ୍ଜନ ସୂଚନା ଦେଇଛନ୍ତି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୋମ୍ବିଂ ଅପରେସନ ଯୋରଦାର କରାଯାଇଛି ।
Comments are closed.