Latest Odisha News

BREAKING NEWS

ଲୋକସଭାରେ ଆସିବ ଇଲେକ୍ସନ୍ ଲ’ ଆମେଣ୍ଡମେଣ୍ଟ ବିଲ୍, ଆଧାର ସହ ଲିଙ୍କ୍ ହେବ ଭୋଟର ଆଇଡି

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ପ୍ରକ୍ରିୟାରେ ବଡ଼ ସୁଧାର ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଜି ଲୋକସଭାରେ ଆଗତ ହେବ ଇଲେକ୍ସନ୍ ଲ’ ଆମେଣ୍ଡମେଣ୍ଟ ବିଲ୍-୨୦୨୧ । ବିଲ୍ ଆଇନରେ ପରିଣତ ହେଲେ ଆଧାର ସହ ଭୋଟର ଆଇଡିକୁ ଲିଙ୍କ୍ କରାଯିବ । ପଳରେ ଜଣେ ମତଦାତା ଏକାଧିକ ସ୍ଥାନରେ ଭୋଟ ଦେଇ ପାରିବେ ନାହିଁ । ଏଥିସହ ଯୁବ ଭୋଟରଙ୍କୁ ବର୍ଷରେ ୪ ଥର ପଞ୍ଜିକରଣ କରିବା ସୁଯୋଗ ମିଳିବ ।

ଏହି ସଂଶୋଧିକ ବିଲ୍ ଆସିଲେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ହେବ । ବଡ଼ ପରିବର୍ତ୍ତନ ହେଉଛି ମତଦାତା ଚିହ୍ନଟ କୋଡ୍ । ଆଧାର ସହ ଭୋଟର ଆଇଡି ଲିଙ୍କ୍ କରିବେ ନିର୍ବାଚନ କମିଶନ । ଫଳରେ ବନ୍ଦ ହେବ ଡୁପ୍ଲିକେଟ୍ ଭୋଟିଂର ବାଟ । ଜଣେ ବ୍ୟକ୍ତି ଏକାଧିକ ସ୍ଥାନରେ ଆଉ ଭୋଟ ଦେଇ ପାରିବେ ନାହିଁ ।

ସେହିପରି ନୂଆ ଆଇନ ଅନୁାସରେ ନୂଆ ମତଦାତା ନିଜକୁ ଭୋଟର ଲିଷ୍ଟରେ ସାମିଲ କରିପାରିବେ । ବର୍ତ୍ତମାନ ଆଇନ ଅନୁସାରେ, ଜାନୁଆରୀ ୧ କିମ୍ବା ତାପୂର୍ବରୁ ୧୮ ବର୍ଷ ବୟସ୍କ ମତାଦାତା ଭାବରେ ପଞ୍ଜିକରଣ କରିପାରୁଛନ୍ତି ।

କିନ୍ତୁ ନୂଆ ଆଇନ ଆସିଲେ ମତଦାତାଙ୍କୁ ବର୍ଷକୁ ଚାରି ଥର ଭୋଟର ଲିଷ୍ଟରେ ନାଁ ସାମିଲ କରିବାକୁ ସୁଯୋଗ ମିଳିବ । ୨୦୧୯ ଅଗଷ୍ଟରେ ଆଧାର-ଭୋଟର ଆଇଡି ଲିଙ୍କ୍ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ନିର୍ବାଚନ କମିଶନ ।

Leave A Reply

Your email address will not be published.