Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ଆସିବ ବଜରଙ୍ଗୀ ଭାଇଜାନ୍‌ର ସିକ୍ୱେଲ

ନୂଆଦିଲ୍ଲୀ: ସଲମାନ ଖାନଙ୍କ ବଜରଙ୍ଗୀ ଭାଇଜାନରେ ବଜରଙ୍ଗୀ ଚରିତ୍ର ଦର୍ଶକଙ୍କ ମନରୁ ଏବେ ବି ଲିଭିନି। ସଲ୍‌ମାନଙ୍କ ଏହି ଚରିତ୍ର ପ୍ରଶଂସକଙ୍କ ପ୍ରିୟ ଭୂମିକା ହୋଇଯାଇଛି। ବଜ୍‌ରଙ୍ଗୀ ଭାଇଜାନରେ ସଲ୍‌ମାନଙ୍କ ସହ ମୁନିଙ୍କ ଅଭିନୟ ଦର୍ଶକଙ୍କୁ ବିଭୋର କରିଥିଲା। ସଲମାନ ଖୁବ୍ ଶୀଘ୍ର ଫିଲ୍ମର ସିକ୍ୱେଲରେ ବଜରଙ୍ଗୀ ଭାଇଜାନ୍‌ ୨ରେ ଭୂମିକାରେ ଅଭିନୟ କରିବା ନେଇ ଘୋଷଣା କରିଛନ୍ତି। ରବିବାର ଦିନ ମୁମ୍ବାଇରେ ଆର୍‌ଆର୍‌ଆର୍‌ ଇଭେଣ୍ଟରେ ସଲ୍‌ମାନ ଏହି ଖୁସି ଖବର ସେୟାର୍‌ କରିଛନ୍ତି।

ଡିସେମ୍ବର ୧୯ ରବିବାର ଦିନ ଏହି ଅଭିନେତା ମୁମ୍ବାଇରେ ଚାଲିଥିବା ଆର୍‌ଆର୍‌ଆର୍‌ ଇଭେଣ୍ଟରେ ଏସ୍ ଏସ୍‌ ରାଜାମୌଲି, ରାମ ଚରଣ, ଜୁନିଅର୍‌ ଏନ୍‌ଟିଆର୍‌ ଏବଂ ଆଲିଆ ଭଟ୍ଟଙ୍କ ସହ ଯୋଗ ଦେଇଥିଲେ। ସଲମାନ ଏହି ସୁଯୋଗ ନେଇ ବଜରଙ୍ଗୀ ଭଜନ ୨ର ଘୋଷଣା କରିଥିଲେ। ଯାହା ଏସ୍ ଏସ୍‌ ରାଜାମୌଲିଙ୍କ ପିତା ବିଜୟେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ଲେଖାଯିବ।

Leave A Reply

Your email address will not be published.