Latest Odisha News

ବଢିଲା ଆଧାର ଅପଡେଟ୍ ସମୟସୀମା, ଏହି ପର୍ଯ୍ୟନ୍ତ ମାଗଣା…

ନୂଆଦିଲ୍ଲୀ: ମାଗଣା ଆଧାର କାର୍ଡ ଅପଡେଟକୁ ନେଇ ଆସିଲା ଖୁସି ଖବର । ଆଧାର ଅପଡେଟ୍ କରିବାର ସମୟସୀମା ଏବେ ପୁଣି ଥରେ ବୃଦ୍ଧି କରିଛନ୍ତି ସରକାର । ପୂର୍ବରୁ ଆଧାର କାର୍ଡ ଅପଡେଟ୍‌ କରିବାର ଶେଷ ତାରିଖ ୧୪ ଡିସେମ୍ବର ୨୦୨୪ ସ୍ଥିର କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହାର ତାରିଖ ବୃଦ୍ଧି କରାଯାଇଛି । ୟୁଆଇଡିଏଆଇ ଆଧାରର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ବଦଳାଇ ୧୪ ଡିସେମ୍ବର ରୁ ୧୪ ଜୁନ୍ ୨୦୨୫କୁ ବୃଦ୍ଧି କରାଯାଇଛି ।

ତେବେ ଉଦାଇ ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛି । ଉଦାଇ ମାଗଣା ଆଧାର ଅପଡେଟ୍ ସୁବିଧାକୁ ଜୁନ୍ ୧୪ ୨୦୨୫ ଯାଏଁ ବୃଦ୍ଧି କରିଛି । ଆପଣମାନେ ଯଦି ଆଧାରରେ ନାମ, ଠିକଣା କିମ୍ବା ଜନ୍ମ ତାରିଖ ପରି ସୂଚନା ଅପଡେଟ୍ କରିବାକୁ ଲୋକଙ୍କୁ ପୁଣି ଆହୁରି ୬ ମାସ ସମୟ ମିଳିଛି । ଏହାପରେ ଆଧାର ଅପଡେଟ୍ କରିବାକୁ ଦେୟ ଦେବାକୁ ପଡିବ ।

ତେବେ ଏନେଇ ଇଚ୍ଛୁକ ହିତାଧିକାରୀ ମାନେ ମୋ ଆଧାର ଆପ୍ ଫୋନରେ ଡାଉନଲୋଡ୍ କରିବେ । ଏହା ମାଧ୍ୟମରେ ଆଧାରରେ ନାମ, ଠିକଣା କିମ୍ବା ଜନ୍ମ ତାରିଖ ମାଗଣାରେ ଅପଡେଟ୍ କରିପାରିବେ । ଏଥିରେ ଲଗଇନ୍ କରି ଆବଶ୍ୟକ ତଥ୍ୟ ପ୍ରଦାନ କଲେ ଆଧାରରେ ଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । ପରେ ଓଟିପି ପ୍ରଦାନ କରି ଅପଡେଟ୍ କରାଯାଇ ପାରିବ ।

Leave A Reply

Your email address will not be published.