ଭୁବନେଶ୍ୱର: ଓଡ଼ିଶା ଫେରନ୍ତାଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ । ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ ହେଉ ଯିଏ ମଧ୍ୟ ଓଡ଼ିଶା ଫେରିବେ ତାଙ୍କୁ ସରକାରଙ୍କ ପୋର୍ଟାଲରେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ । ପୋର୍ଟାଲରେ ମୋବାଇଲ ଦ୍ୱାରା ମଧ୍ୟ ନାମ ପଞ୍ଜୀକରଣ କରାଯାଇ ପାରିବ । ତେବେ ଏହି ପଂଜୀକରଣ ପାଇଁ ଆଧାର ଓ ମୋବାଇଲ ନମ୍ବର ବାଧ୍ୟତାମୂଳକ । ବିନା ଆଧାର ଓ ମୋବାଇଲ ନମ୍ବରରେ ଓଡିଶା ଫେରି ପାରିବେନି ବାହାରେ ଫସିଥିବା ଓଡିଆ ।
ଯଦି ନିଜେ ପଞ୍ଜୀକରଣ କରୁଛନ୍ତି ତେବେ ଆପଣ ନିଜ ନମ୍ବର ଦେବେ । ଆଉ ଯଦି ଆପଣଙ୍କ ପାଇଁ ଅନ୍ୟ କେହି ପଞ୍ଜୀକରଣ କଲେ ତେବେ ତାଙ୍କ ନମ୍ବର କିମ୍ବା ପରିବାର ଲୋକଙ୍କ ନମ୍ବର ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ପଞ୍ଚାୟତିରାଜ ପ୍ରମୁଖ ସଚିବ ଦେଓ ରଞ୍ଜନ ସିଂହ ।
ଗତକାଲିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି । ବାହାରୁ ଆସିବାକୁ ଥିବା ପ୍ରାୟ ୫ ଲକ୍ଷ ଓଡିଆଙ୍କ ପାଇଁ ସରକାର ପଞ୍ଜୀକରଣର ବ୍ୟବସ୍ଥା କରିଛନ୍ତି। ତେବେ ଯେଉଁମାନେ ଓଡ଼ିଶା ଫେରିବେ ସେମାନେ ପ୍ରଥମ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ । ତା’ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ସୁସ୍ଥ ଥିଲେ ଘରକୁ ଯାଇପାରିବେ ।
କିଭଳି କରିବେ ପଞ୍ଜୀକରଣ:
ପଞ୍ଜୀକରଣ ପାଇଁ ମୋବାଇଲ ଓ ଆଧାର ନମ୍ବର ଜରୁରୀ । ବାହାରେ ରହୁଥିବା ବ୍ୟକ୍ତି ନାମ ପଂଜିକରଣ ବେଳେ ନିଜ ମୋବାଇଲ ନମ୍ବର ଓ ଆଧାର ନମ୍ବର ଦେବା ବାଧ୍ୟତାମୁଳକ । covid19.odisha.gov.in ପୋର୍ଟାଲକୁ ଯାଆନ୍ତୁ । ସେଠାରେ ଫିଲଅଫ୍ ରେଜିଷ୍ଟ୍ରେସନ୍ ରେ କ୍ଲିକ୍ କରନ୍ତୁ । ଏହାପରେ ନିଜ ବିସ୍ତୃତ ବିବରଣୀ ଦିଅନ୍ତୁ । କେଉଁଠୁ ଓଡ଼ିଶାକୁ ଫେରିବେ ସେ ଅଂଚଳ ବାବଦରେ ଆପଣଙ୍କୁ ତଥ୍ୟ ଦେବାକୁ ପଡିବ । ଫର୍ମକୁ ଆପଣ ନିଜେ ପୁରଣ କରିପାରିବେ କିମ୍ବା ଆପଣଙ୍କ ପାଇଁ ଅନ୍ୟ କେହି ଏହାକୁ ପୁରଣ କରିପାରିବେ । ଆପଣଙ୍କ ସଂପର୍କୀୟ ମଧ୍ୟ ଆପଣଙ୍କ ପାଇଁ ଫର୍ମ ପୁରଣ କରିପାରିବେ । କିମ୍ବା ଆପଣଙ୍କ ପରିବାର ଲୋକ ଚାହିଁଲେ ଫର୍ମ ପୁରଣ କରି ଗ୍ରାମପଂଚାୟତର ନୋଡାଲ ଅଫିସରଙ୍କୁ ଦେଇପାରିବେ । ନୋଡାଲ ଅଫିସର ଆପଣଙ୍କ ପଂଜୀକରଣ କରିବେ ।
BREAKING NEWS
- Odisha Cold Wave: ରାଜ୍ୟରେ ବଢ଼ିଲା ଶୀତ ପ୍ରକୋପ, ୧୦ ଡିଗ୍ରୀ ତଳେ ପାରଦ
- ମଲଡୋଭା ପ୍ରାକ୍ତନ ପ୍ରଧାନମନ୍ତ୍ରୀଙ୍କ କିଟ୍ ଓ କିସ୍ ପରିଦର୍ଶନ, ୩ଜଣଙ୍କୁ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ
- ଓଡ଼ିଶା କ୍ରାଫ୍ଟ ଓଡିସୀର ମୋଲ୍ଟେନ୍ ମନୋଲିଥ୍ ଡୋକ୍ରାର ଇତିହାସ, କାରିଗରୀ ଓ ସମକାଳୀନ କଳାକୁ କରୁଛି ଏକତ୍ରିତ
- Katak Violence:କଟକରେ ଦୁଇ ସାହି ମଧ୍ୟରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ, ଢେଲାପଥର ମାଡ଼ରେ ଜଣେ ମୃତ,ଅନେକ ଆହତ
- ମିଳିତ ପୋଲିସ୍ ସେବା ପରୀକ୍ଷା–୨୦୨୪ର ଲିଖିତ ପରୀକ୍ଷା ଡିସେମ୍ବର ୨୬ ଓ ୨୭ ରେ ଅନୁଷ୍ଠିତ ହେବ
- ଇରାନର ଧମକ ପରେ ନିଜ ଘର ଛାଡ଼ି ମିଲିଟାରୀ ବେସ୍କୁ ସ୍ଥାନାନ୍ତରିତ ହେଲେ ଟ୍ରମ୍ପଙ୍କ ୫ ହେଭିୱେଟ ମନ୍ତ୍ରୀ
- ୨୩ ବର୍ଷରୁ କମ ବିମଷ୍ଟେକ ଆଥଲେଟିକ୍ସ ମିଟ ୨୦୨୬: ମୋଟ ୪୭ ପଦକ ସହ ଭାରତ ଚାମ୍ପିଅନ୍, ଶ୍ରୀଲଙ୍କା ରନର୍ସ-ଅପ୍
- ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର;ବଢିଲା ଦରମା,୧୦ରୁ ହେଲା…
- ମହିଳା ବନରକ୍ଷୀଙ୍କ ଜୀବନ ହେଲା ଗୋଠଛଡ଼ା ଦନ୍ତା
- ଭୁବନେଶ୍ୱରର ୨ଟି ପ୍ରମୁଖ ରାସ୍ତାରେ ଆରମ୍ଭ ହେବ ପରୀକ୍ଷାମୂଳକ କାର୍ଯ୍ୟକ୍ରମ; ଆମ ବସ୍ ସେବାକୁ ମିଳିବ ପ୍ରାଥମିକତା
Comments are closed.