Latest Odisha News

BREAKING NEWS

ଆଇଟିଏଫ ଜୁନିୟର ଗ୍ରାଣ୍ଡସ୍ଲାମ ଡେଭେଲପମେଂଟ ପ୍ରୋଗ୍ରାମ ପାଇଁ ଚୟନ ହେଲେ ଓଡିଶାର ଆହାନ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ବାଳିକା ଟେନିସ ଖେଳାଳି ଆହାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଉପନୀତ ହୋଇଛି । ଆନ୍ତର୍ଜାତୀୟ ଟେନିସ ଫେଡେରେଶନ ଜୁନିୟର ଗ୍ରାଣ୍ଡ ସ୍ଲାମ ପ୍ଲେୟାର ଡେଭେଲପମେଂଟ ପ୍ରୋଗ୍ରାମ ୟୁରୋପ ପାଇଁ ମନୋନୀତ ହୋଇଛନ୍ତି । ଏସୀୟ ଦେଶଗୁଡିକ ମଧ୍ୟରୁ ୧୪ ବର୍ଷୀୟା ଆହାନଙ୍କ ସମେତ ୮ଜଣ ଖେଳାଳିଙ୍କୁ ଚୟନ କରାଯାଇଛି । ୧୪ ବର୍ଷରୁ କମ ବାଳିକା ବିଭାଗରେ ଏକ ନମ୍ବର ସ୍ଥାନରେ ସେ ରହିଛନ୍ତି । ବିଶ୍ୱ ର‌୍ୟାଙ୍କିଙ୍ଗ ସୁଧାରିବା ପାଇଁ ଆହାନଙ୍କ ନିକଟରେ ସୁଯୋଗ ରହିଛି । ଭୁବନେଶ୍ୱରରେ ଅନୁଷ୍ଠିତ ଆଇଟିଏଫ ୱାର୍ଲ୍ଡ ଜୁନିୟର ଟେନିସ ଟୁର ଜେ୩୦ ମିଟରେ ସେ ୧୮ ବର୍ଷରୁ କମ ବିଭାଗରେ ସେମିଫାଇନାଲରେ ପ୍ରବେଶ କରିଥିଲେ ।

ସେ ଆଇଟିଏଫ ୱାର୍ଲ୍ଡ ଜୁନିୟର ୧୪ ବର୍ଷରୁ କମରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଓଡିଶା ଟେନିସ ଆସୋସିଏଶନ ଆହାନଙ୍କ ସଫଳ କ୍ୟାରିୟର ନିମନ୍ତେ ଶୁଭେଚ୍ଛା ଜଣାଇଛି । ଆହାନ ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିବେ ବୋଲି ଆସୋସିଏଶନ ପକ୍ଷରୁ ଦୃଢ଼ ଆଶାପୋଷଣ କରାଯାଇଛି ।

Leave A Reply

Your email address will not be published.