Latest Odisha News

BREAKING NEWS

ପୁରୀରେ ବିମାନ ବନ୍ଦର ନେଇ ସର୍ଭେ

ପୁରୀ: ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆର ବୈଷୟିକ ଟିମ । ପୁରୀରେ ବିମାନବନ୍ଦର ନେଇ ଟିମର ସର୍ଭେ ଆରମ୍ଭ କରିଛନ୍ତି । ଦିଲ୍ଲୀର ୪ ଜଣ ଓ ଭୁବନେଶ୍ବରର୨ ଜଣ ବିମାନ ବନ୍ଦର ବିଶେଷଜ୍ଞ ପହଞ୍ଚି ସର୍ଭେ କରିଛନ୍ତି । ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଓ ସିପସରୁବାଲି ଅଞ୍ଚଳ ଜାଗା ବୁଲି ଦେଖିଛନ୍ତି । ବୈଷୟିକ ଟିମ ସହ ଆଜି ଜିଲ୍ଲାପାଳଙ୍କ ସହ ବରିଷ୍ଠ ଅଧିକାରୀ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଆଲୋଚନା କରିଛନ୍ତି ।

ପୁରୀ-ବ୍ରହ୍ମଗିରି ରାସ୍ତାର ଶିପସରୁବାଲି ମୌଜାରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ହେବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ରାଜସ୍ୱ ବିଭାଗ ଅଧୀନରେ ଥିବା ୧୫୦୦ଏକର ପରିମିତ ଏହି ଜମି ମଙ୍ଗଳା ନଦୀ ପାର୍ଶ୍ଵରେ ରହିଛି । ଜମିର ଭୌଗଳିକ ସ୍ଥିତି, ଅର୍ଥନୈତିକ ଓ ଏୟାରପୋର୍ଟ ପାଇଁ ଆବଶ୍ୟକ ଜମିର ଲମ୍ବ ଓ ପ୍ରସ୍ଥ, ପବନର ଗତି ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ଏହି କେନ୍ଦ୍ରୀୟ ଟିମ ପ୍ରି ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଦେବା ସହ ଆସନ୍ତାକାଲି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ ।

ସକାଳେ ଏହି ଟିମ ପୁରୀ ସଦର ସିପସରୁବାଲି ମୌଜାକୁ ଯାଇ ଗିରଳ ଓ ସିପସରୁବାଲି ଅଞ୍ଚଳ ଜାଗାର ଜମିର ମ୍ୟାପ ଓ କାଗଜପତ୍ର ଅନୁଧ୍ୟାନ କରିଥିଲେ । ଗତ ଜାନୁଆରୀ ୧ରେ ପୁରୀରେ ବିମାନବନ୍ଦର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଅନୁରୋଧ କରିଥିଲେ । ଏହି ବିମାନବନ୍ଦର ର ନାମ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ରଖିବା ପାଇଁ ଚିଠିରେ ପ୍ରସ୍ତାବ ରହିଛି।

Leave A Reply

Your email address will not be published.