Latest Odisha News

BREAKING NEWS

Rourkela Plane Crash:ରାଉରକେଲା ବିମାନ ଦୁର୍ଘଟଣାର ଆସିଲା ରିପୋର୍ଟ ;ଅଏଲ ପ୍ରେସର କମ୍ ଯୋଗୁଁ…

ରାଉରକେଲା: ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ । ଗତ ଜାନୁଆରୀ ୧୦ ତାରିଖରେ ରାଉରକେଲାରେ ପ୍ଳେନ କ୍ରାସ୍ ହୋଇଥିଲା । Aircraft Accident Investigation Bureau (AAIB)ପକ୍ଷରୁ ଦୁର୍ଘଟଣାର ତଦନ୍ତ ରିପୋର୍ଟରେ ଫୁଏଲ ସପ୍ଲାଇ ବନ୍ଦ ହେବା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଅଏଲ୍ ପ୍ରେସର କମ୍ ହେବା ଯୋଗୁଁ ଦୁର୍ଘଟଣା ଘଟିଥିଲା ।

ସୂଚନାଥାଉକି,ଗତ ଜାନୁୟାରୀ ୧୦ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରୁ ରାଉରକେଲା ଅଭିମୁଖେ ଉଡ଼ାଣ ଭରିଥିଲେ ଇଣ୍ଡିଆ ୱାନ ବିମାନ । ବିମାନରେ ପାଇଲଟ, କୋ ପାଇଲଟ ସହ ୪ ଜଣ ଯାତ୍ରୀ ଥିଲେ । ୩୦ ନଟିକାଲ ମାଇଲ ପୂର୍ବରୁ ଅଏଲ୍ ପ୍ରେସରେ ଅସୁବିଧା ଦେଖାଦେଇଥିଲା। ଇଞ୍ଜିନକୁ ସପ୍ଲାଇ ହୋଇ ପାରିନଥିଲା ତେଲ। ଇଞ୍ଜିନକୁ ସମ୍ପୂର୍ଣ୍ଣ ତେଲ ବନ୍ଦ ହୋଇଯାଇଥିଲା। ବ୍ରାହ୍ମଣୀ ନଦୀ ପଠା ରେ ପ୍ରଥମେ ଲ୍ୟାଣ୍ଡ କରିବାରେ ବିଫଳ ହେବାରୁ ଏହାକୁ ପୁଣି ଉଡାଇ ନେଇ ଖାଲି ପଡ଼ିଆରେ ଲ୍ୟାଣ୍ଡ କରିଥିଲେ ପାଇଲଟ। ଏଥିରେ ଜଣେ ଯାତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଅନ୍ୟ ତିନି ଯାତ୍ରୀ ସହ ପାଇଲଟ ଏବଂ କୋ ପାଇଲଟ ଆହତ ହୋଇଥିଲେ ।

Leave A Reply

Your email address will not be published.