Latest Odisha News

BREAKING NEWS

ରାଉରକେଲା ବିମାନ ଦୁର୍ଘଟଣାରେ ତଦନ୍ତ କରୁଛି AAIB

ରାଉରକେଲା: ଶନିବାର ୯ ସିଟ୍ ବିଶିଷ୍ଟ ଇଣ୍ଡିଆୱାନ୍ ଏୟାର ସେସ୍ନା ଗ୍ରାଣ୍ଡ କାରାଭାନ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ରବିବାର ଭୁବନେଶ୍ୱରରୁ ବରିଷ୍ଠ ବିଶେଷଜ୍ଞ ଡାକ୍ତରମାନେ ରାଉରକେଲାରେ ପହଞ୍ଚିଛନ୍ତି।

ସେହିପରି ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ର ଏକ ତିନି ଜଣିଆ ଦଳ ମଧ୍ୟ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଭାରସାମ୍ୟ ହରାଇଥିବା ନେଇ ଆଶଙ୍କା କରାଯାଉଛି।

ଗଣମାଧ୍ୟମ ସହିତ ଆଲୋଚନା କରି ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ କହିଛନ୍ତି ଯେ ଆବଶ୍ୟକ ହେଲେ ଆହତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଏକ ଏୟାର ଆମ୍ବୁଲାନ୍ସ ମଧ୍ୟ ଯୋଗାଇ ଦିଆଯିବ। “ତଦନ୍ତ ଟିମ୍ ଏବଂ ଦୁଇ ଜଣ ବରିଷ୍ଠ ଡାକ୍ତରଙ୍କୁ ଘଟଣାସ୍ଥଳକୁ ପହଞ୍ଚାଇବା ପାଇଁ ଏକ ହେଲିକପ୍ଟର ନିୟୋଜିତ କରାଯାଇଥିଲା। ଏକ ରାଜ୍ୟସ୍ତରୀୟ ଡାକ୍ତରୀ ଦଳ ମଧ୍ୟ ଗଠନ କରାଯାଇଛି। ଯାହା ରାଉରକେଲାର ଜେପି ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ସ୍ଥାପନ କରୁଛନ୍ତି। ଆହତଙ୍କ ତୁରନ୍ତ ଚିକିତ୍ସା ସୁନିଶ୍ଚିତ କରିବା ଏବଂ ସମ୍ପୂର୍ଣ୍ଣ ତଦନ୍ତକୁ ସହଜ କରିବା ପାଇଁ ସରକାର ବ୍ୟାପକ ଲଜିଷ୍ଟିକ୍ ଏବଂ ଡାକ୍ତରୀ ସହାୟତା ପ୍ରଦାନ କରୁଛନ୍ତି।

 

Leave A Reply

Your email address will not be published.