Latest Odisha News

BREAKING NEWS

୩୦ ବର୍ଷ ଧରି ଲମ୍ବା ନଖ ରଖିବା ପରେ ଶେଷରେ ଆୟନା ଏହାକୁ କାଟିଲେ

ନୂଆଦିଲ୍ଲୀ: ଲମ୍ବା ନଖ ରଖି ଅନେକ ରେକର୍ଡ କରିଥିବା ଆମେରିକାର ଟେକ୍ସାସ ଅଂଚଳରେ ରହୁଥିବା ଆୟନା ୱିଲିୟମ୍ସ ଶେଷରେ ଏହାକୁ କାଟିଛନ୍ତି । ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସେ ୩୦ ବର୍ଷ ଧରି ରାଜୁତି କରିଥିଲେ । ତାଙ୍କ ନଖର ଲମ୍ବା ୭୩୩.୫୫ ସେଂଟିମିଟର ରହିଥିଲା । ପ୍ରତିଦିନ ସେ ୨ ବୋତଲ ନେଲ ପଲିଶ ଏଥିରେ ଲଗାଇବା ସହ ୨୦ ଘଂଟା ସମୟ ଦେଉଥିଲେ ।

ନଖଗୁଡିକ ସୁରକ୍ଷିତ ରଖିବା ପାଇଁ ସେ କେବେ ହେଲେ ବାସନ ମାଜି ନ ଥିଲେ କି ବେଡଶିଟ ପକାଇ ନ ଥିଲେ । ସେ ଏହି ଖବର ସୋସିଆଲ ସାଇଟରେ ଶେୟାର କରିଛନ୍ତି । ମୋ ନଖ ଛୋଟ ହେଲା ପରେ ବି ମୁଁ ପୂର୍ବବଳି କୁଇନ ହୋଇ ରହିିବି ବୋଲି ସେ କହିଛନ୍ତି । ଟେକ୍ସାସର ପ୍ରତିଷ୍ଠିତ ଡାକ୍ତର ଏଲିସନ ରୋଡିଙ୍ଗର ଏହାକୁ କାଟିଥିଲେ ।

Leave A Reply

Your email address will not be published.