Latest Odisha News

BREAKING NEWS

କୋବ୍ରା ଯବାନ ରାକେଶ୍ୱର ସିଂ ମାନହାସଙ୍କୁ ଛାଡ଼ିଲେ ମାଓବାଦୀ

ମାଲକାନଗିରି: ମାଓବାଦୀଙ୍କ କବଳରୁ ମୁକୁଳିଲେ କୋବ୍ରା କମାଣ୍ଡର ରାକେଶ୍ୱର ସିଂ ମାନହାସ । ରାକେଶ୍ୱରଙ୍କୁ ମାଓବାଦୀ ଛାଡ଼ି ଦେଇଥିବା ନେଇ ସୂଚନା ଦେଇଛନ୍ତି ବସ୍ତର ଆଇ.ଜି ସୁନ୍ଦରରାଜ ପି । ବିଜାପୁର ଏନକାଉଣ୍ଟର ପରେ ନିଖୋଜ ଥିଲେ ରାକେଶ୍ବର । ରାକେଶ୍ୱରଙ୍କୁ ଅପହରଣ କରାଯାଇଥିବା ନେଇ ମାଓ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଅପହରଣର ୬ ଦିନ ପରେ ରାକେଶ୍ୱରଙ୍କୁ ମାଓବାଦୀମାନେ ଛାଡି ଦେଇଛନ୍ତି ।

ସୂଚନା ଅନୁଯାୟୀ ୧୨ରୁ ଅଧିକ ଗାଁ ଲୋକ, ପଦ୍ମଶ୍ରୀ ଧରମପାଲ୍ ଶନି, ଗଣ୍ଡୱାନା ସମାଜର ଅଧ୍ୟକ୍ଷ ଏନ.ଏମ୍ ବରୈୟାଙ୍କ ଉପସ୍ଥିତିରେ ମାଓବାଦୀମାନେ ଯବାନ ରାକେଶ୍ୱରଙ୍କୁ ଛାଡିଥିଲେ । ମାଓବାଦୀଙ୍କ କବଳରୁ ମୁକୁଳିବା ପରେ ପ୍ରଥମେ ନିଜ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇଥିଲେ ରାକେଶ୍ୱର ସିଂ ମାନହାସ ।

ମାଓବାଦୀଙ୍କ କବଳରୁ ମୁକୁଳିବା ପରେ ରାକେଶ୍ବରଙ୍କୁ ବାସାଗୁଡ଼ା ସିଆରପିଏଫ୍ କ୍ୟାମ୍ପକୁ ନିଆଯାଇଛି । ସେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି । ବିଜାପୁରରେ ଏପ୍ରିଲ ୩ ତାରିଖରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ କୋବ୍ରା କମାଣ୍ଡର ରାକେଶ୍ୱର ନିଖୋଜ ଥିଲେ । ମାଓବାଦୀଙ୍କ କବଳରୁ ରାକେଶ୍ୱର ମୁକୁଳିବା ପରେ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କୁ ଧନ୍ୟବାଦ ଜଣାଇଚନ୍ତି ରାକେଶ୍ୱରଙ୍କ ପତ୍ନୀ ମିନୁ ।

Leave A Reply

Your email address will not be published.