ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଅଭିଯୋଗ ଆଣିଛି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅପବିନ୍ଦ କେଜ୍ରିଓ୍ୱାଲଙ୍କୁ ଗୃହବନ୍ଦୀରେ ରଖାଯାଇଛି । କେନ୍ଦ୍ରୀୟ ପୁଲିସ୍ ବାହିନୀ ତାଙ୍କୁ ଗୃହବନ୍ଦୀ କରି ରଖିଛି । ସେ ନିଜ ବାସ ଭବନରେ ଅଟକ ଅଛନ୍ତି । ଟ୍ୱିଟ୍ କରି ଏହି ସୂଚନା ଦେଇଛି ଆମ୍ ଆଦମୀ ପାର୍ଟି । ଦଳ ପକ୍ଷରୁ କୁହାଯାଇଛି ଯେ, ସିଙ୍ଘୁ ସୀମେର ଚାଷୀଙ୍କ ସହ ଆଲୋଚନା କରି ଫେରିବା ପରଠୁ କେଜ୍ରିଓ୍ୱାଲଙ୍କୁ ନଜରବନ୍ଦୀରେ ରଖାଯାଇଛି ।
ଆପ୍ ଅଭିଯୋଗ କରିଛି, ତାଙ୍କ ଘର ଭିତରକୁ କାହାରିକୁ ପ୍ରବେଶ କି କେଜ୍ରିଓ୍ୱାଲଙ୍କୁ ବାହାରକୁ ଆସିବାକୁ ଦିଆଯାଉ ନାହିଁ । ବିଧାୟକଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟିବାକୁ ଦିଆଯାଉ ନଥିବା ଆମ ଆଦମୀ ପାର୍ଟି ଅଭିଯୋଗ କରିଛି । ଏପରିକି ବିଧାୟକମାନଙ୍କୁ ଦିଲ୍ଲୀ ପୋଲିସ ମାଡ଼ ମାରିଥିବା କହିଛି ଆପ୍ ।
ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ଦିଲ୍ଲୀ ପୋଲିସ । ନର୍ଥ ଦିଲ୍ଲୀ ଡିସିପି ଏ. ଆଲଫୋନ୍ସ କେଜ୍ରିଓ୍ୱାଲଙ୍କୁ ଗୃହବନ୍ଦୀ କଥାକୁ ଅସ୍ୱୀକାର କରିଛନ୍ତି । ଡିସିପି କହିଛନ୍ତି, ଆମ୍ ଆଦମୀ ପାର୍ଟି ଓ ଅନ୍ୟ ଦଳର କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଆଶଙ୍କା କରି ସୁରକ୍ଷାକର୍ମୀ ମୁତୟନ କରାଯାଇଛି ।
Comments are closed.