Latest Odisha News

BREAKING NEWS

ଦରମା ମିଳିବା ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ‘ଆମ ବସ୍‌’ ଡ୍ରାଇଭର

ଭୁବନେଶ୍ବର: ଆନ୍ଦୋଳନରୁ ଓହରିଲେ ‘ଆମ ବସ୍‌’ ଡ୍ରାଇଭର । ସୋମବାର ଦରମା ମିଳିବ ନେଇ ‘CRUT’ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ । ସୂଚନାଥାଉକି, ଆଜି ପୋଖରୀପୁଟ ଡିପୋର ୪୩ଟି ବସ ବନ୍ଦ ରହିଥିଲା । ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଥିଲେ ଆମ ବସ୍ ଡ୍ରାଇଭର।

ଖବରମୁତାବକ,ଆମ ବସ୍‌ କର୍ମଚାରୀଙ୍କ ପାଇଁ ରେଷ୍ଟ ରୁମ ନାହିଁ, ଓଭର ଡ୍ୟୁଟିର ଚାପ ରହୁଛି, ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ,ଏଏସଆଇ ସୁବିଧା ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି କର୍ମଚାରୀ । ସେମାନଙ୍କ କହିଥିଲେ ଯେ ପ୍ରତିମାସ ୧ରୁ ୧୦ ତାରିଖ ମଧ୍ୟରେ ଦରମା ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ଏହି ତାରିଖ ମଧ୍ୟରେ ଦରମା ଦିଆଯାଉ ନାହିଁ । କେତେବେଳେ ବି ଠିକ୍ ସମୟରେ ଦରମା ଦିଆଯାଉ ନାହିଁ । ତିନିଦିନ ହେବ ଭୁତାଉଛନ୍ତି କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସୁନି।

Comments are closed.