Latest Odisha News

ବାଲିଯାତ୍ରା ବିଷୟରେ ସବିଶେଷ ତଥ୍ୟ ଦେବ ‘ଆମ ବାଲିଯାତ୍ରା ଆପ’

କଟକ: ପ୍ରସିଦ୍ଧ ବାଲିଯାତ୍ରାକୁ ଲୋକଙ୍କର ଆହୁରି ନିକଟତର କରାଇବା ପାଇଁ ଆସୁଛି ‘ ‘ଆମ ବାଲିଯାତ୍ରା ଆପ’ । ଏହାକୁ ପ୍ରସ୍ତୁତ କରିଛନ୍ତି କଟକ ନୂଆପଡ଼ା ଅଞ୍ଚଳର ୨୭ ବର୍ଷୀୟ ଯୁବ ସଫ୍ଟ୍ ୱେଆର୍ ଇଞ୍ଜିନିଅର ସୂର୍ଯ୍ୟ ନାରାୟଣ ବାରିକ ଓ ତାଙ୍କ ସହଯୋଗୀ ।

ତେବେ ଏହି ଆପଟି ବାଲିଯାତ୍ରାର ଠିକ୍ ଗୋଟିଏ ଦିନ ପୂର୍ବରୁ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ ବୋଲି ସୂର୍ଯ୍ୟ ନାରାୟଣ ସୂଚନା ଦେଇଛନ୍ତି ।

ଜାଣନ୍ତୁ କଣ ରହି ଏହି ଆପରେ:

ଏହି ଆପରେ ବାଲିଯାତ୍ରାକୁ ପ୍ରବେଶ ଓ ବାହାରିବା ବାଟ କେଉଁଠି ସମ୍ପର୍କରେ ସୂଚନା ରହିବ । ଏହାସହ, ଗାଡ଼ି ରଖିବା ପାଇଁ ପାର୍କିଂ ସ୍ଥାନ ଗୁଡିକର ଲୋକେସନ ମଧ୍ୟ ରହିବ । ସବୁଠୁ ଭଲ କଥା ହେଲା ଯେ, କେଉଁ ଖାଦ୍ୟ କେଉଁସ୍ଥାନରେ ରହିଛି ଏହା ମଧ୍ୟ ଏହି ଆପ ଆପଣଙ୍କୁ ଜଣାଇବ ।

ଏହାଛଡା ପ୍ରତିଦିନ ଗଣକବି ମଞ୍ଚ ରେ କେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ଓ କେଉଁ କଳାକାର ଙ୍କ ଦ୍ଵାରା ପରିବେଷଣ ହେବ ତାହାର ସମସ୍ତ ତଥ୍ୟ ଏହି ‘ଆମ ବାଲିଯାତ୍ରା ଆପ’ରେ ରହିବ ।

ଏହାର ନିର୍ମାତାଙ୍କ କହିବା ଅନୁଯାୟୀ ଆଜିର ଦିନରେ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନରେ ଅଛି ଯେଉଁଥିରେ ଏହି ଆପ ଇଂଷ୍ଟଲ କରିହେବ। ପ୍ରଥମଥର ପାଇଁ ବାଲିଯାତ୍ରା ଆସୁଥିବା ଲୋକଙ୍କ ପାଇଁ ଏହି ଆପ ବେଶ୍ ସହାୟକ ହେବ ବୋଲି ସେ କହିଛନ୍ତି ।

ଫଟୋ: (ସୋସିଆଲ ମିଡିଆ)

Comments are closed.