Latest Odisha News

ବିପଦପୂର୍ଣ୍ଣ ହେଲା ଦିଲ୍ଲୀ ପ୍ରଦୂଷଣ ପରିସ୍ଥିତି; ବଣ୍ଟନ ହେବ ୫୦ ଲକ୍ଷ ମାସ୍କ !

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ପରିସ୍ଥିତି ଏବେ ଚିନ୍ତାଜନକ ପାଲଟିଛି । ବିଷାକ୍ତ ବାୟୂ ଯୋଗୁଁ ଦିନରେ ମଧ୍ୟ ଦିଲ୍ଲୀ ଆକାଶ ଧୁଆଁମୟ ହୋଇ ପଡ଼ିଛି । ଇପିସିଏ କର୍ତ୍ତୃପକ୍ଷଙ୍କ ସର୍ବେକ୍ଷଣ ଅନୁଯାୟୀ ଶୁକ୍ରବାର ଦିନ ଦିଲ୍ଲୀରେ ପିଏମ ୨.୫ ୫୦୦ ସ୍ତର ଅତିକ୍ରମ କରିସାରିଛି, ଯାହାକି ପରିବେଶ ତଥା ଜନଜୀବନ ଲାଗି ଅତ୍ୟନ୍ତ ବିପଦପୂର୍ଣ୍ଣ । ଏହି ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ୍ ସରକାର ସାଧ୍ୟମତେ ଉଦ୍ୟମ ଜାରି ରଖିଛନ୍ତି । ଆସନ୍ତା ନଭେମ୍ବର ୫ ତାରିଖ ଯାଏଁ ରାଜଧାନୀ ଦିଲ୍ଲୀର ସମସ୍ତ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ସରକାର ।

ଦିଲ୍ଲୀର ଆକାଶ ଦିନବେଳେ ମଧ୍ୟ ଦୁଷିତ ବାୟୁ ଯୋଗୁଁ ମେଘାଚ୍ଛନ୍ନ ପରି କଳା ଧୁଆଁଯୁକ୍ତ ରହୁଛି । ଆକାଶ ସମ୍ପୂର୍ଣ୍ଣ ଧୁଆଁରେ ଆଚ୍ଛାଦିତ ହୋଇପଡ଼ିବା ଫଳରେ ଜନସାଧାରଣ ନିଃଶ୍ୱାସ ନେବାରେ ଏହା କ୍ଷତିକାରକ ବୋଲି ଜଣାପଡ଼ିଛି । ଏବେ ଦିଲ୍ଲୀର ଆକାଶରେ ଦେଖାଦେଇଥିବା ଏହି ଦୁଷିତ ବାୟୁ ସିଭିୟର୍ କ୍ୟାଟେଗୋରୀଯୁକ୍ତ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ, ଏହି ଦୁଷିତ ବାୟୁର ମାନ ଅତ୍ୟନ୍ତ ବିପଦପୂର୍ଣ୍ଣ ତେଣୁ ଏହାକୁ ନେଇ ଦିଲ୍ଲୀରେ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି କେଜ୍ରିୱାଲ୍ ସରକାର ମୁହଁ ଢାଙ୍କିବା ଲାଗି ୫୦ ଲକ୍ଷ ମାସ୍କ୍ ବଣ୍ଟନ କରିବେ । ସମସ୍ତ ପଥଚାରୀ ତଥା ଯାନବାହନରେ ଯାଉଥିବା ଦିଲ୍ଲୀବାସୀଙ୍କୁ ଏହି ମାସ୍କ ବଣ୍ଟନ ହେବ ବୋଲି ଜଣାପଡ଼ିଛି ।

ଏହି ପ୍ରଦୂଷଣକୁ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ହରିୟାଣା ଏବଂ ପଞ୍ଜାବକୁ ଦୋଷ ଦେଇଛନ୍ତି ।

କେଜ୍ରିୱାଲଙ୍କ କହିବାନୁଯାୟୀ, ଦିଲ୍ଲୀର ସମସ୍ତ ବାସିନ୍ଦା ମାସ୍କ ପାଇ ନପାରିଲେ ମଧ୍ୟ ୫୦ ଲକ୍ଷ ଲୋକଙ୍କ ସମେତ ଦିଲ୍ଲୀର ସମସ୍ତ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ ଏହି ମାସ୍କ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି ।

Leave A Reply

Your email address will not be published.