ମୁମ୍ବାଇ: ଲାଲ ସିଂ ଚଢ଼ା ଫ୍ଲପ ହେବା ପରେ ଅମୀର ଖାଁ ଏବେ କିଛି ଦିନ ଫିଲ୍ମଠାରୁ ଦୂରେଇ ରହିଛନ୍ତି । ସ୍ପେନିଶ ଫିଲ୍ମ କ୍ୟାମ୍ପିୟୋନିସର ହିନ୍ଦୀ ରିମେକ ପ୍ରତି ସେ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ଶେଷ ମୂହର୍ତରେ ଏଥିରୁ ଓହରି ଯାଇଥିଲେ । ପଠାନ ଫିଲ୍ମର ସଫଳତା ପରେ ଅମୀର ଏବେ ଆଦିତ୍ୟ ଚୋପ୍ରା ଶରଣକୁ ଯାଇଛନ୍ତି । ସେ ଧୂମ ଫ୍ରାଂଚାଇଜର ୪ର୍ଥ ସଂସ୍କରଣ ଆରମ୍ଭ କରିବା ପାଇଁ ଆଦିତ୍ୟଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଛନ୍ତି । ଆଦିତ୍ୟ ମଧ୍ୟ ଏଥିନେଇ ଚିନ୍ତା କରିବା ଆରମ୍ଭ କରିଛନ୍ତି । ଧୂମର ସାହିର ଓ ସମୀର ଚରିତ୍ରକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ ।
ଅପରପକ୍ଷରେ ଆକ୍ସନ ଫିଲ୍ମରେ ମଧ୍ୟ ଅମୀରଙ୍କ ପ୍ରଦର୍ଶନ ଭଲ ରହିଛି । ଧୂମ ୩, ଗଜନୀ, ସରଫରୋଶ ଓ ଗୁଲାମ ଏହାର ଜ୍ୱଳନ୍ତ ଉଦାହରଣ । ଅମୀର ଏବେ ଏ ଭଳି ଏକ ସ୍କ୍ରିପ୍ଟରେ ଅଭିନୟ କରିବାକୁ ଚାହୁଁଛନ୍ତି ଯେଉଁଥିରେ ଦର୍ଶକ ତାଙ୍କୁ ନୂତନ ରୂପରେ ଦେଖିପାରିବେ ଓ ପସନ୍ଦ ମଧ୍ୟ କରିବେ । ୟଶରାଜ ପ୍ରଡକ୍ସନ ପକ୍ଷରୁ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ ।
Comments are closed.