ମୁମ୍ବାଇ: ଦୀର୍ଘ ଦିନର ବ୍ରେକ ପରେ ଅମୀର ଖାଁ ପୂନର୍ବାର ଅଭିନୟକୁ ଫେରିଛନ୍ତି । ଜୁନ ୨୦ରେ ତାଙ୍କର ସିତାରେ ଜମୀନ ପର ଫିଲ୍ମ ରିଲିଜ ହେଉଛି । ଏହାକୁ ସଫଳ କରିବା ପାଇଁ ଅମୀର ଜୋରସୋରରେ ପ୍ରଚାର ଓ ପ୍ରସାରରେ ଲାଗି ପଡିଛନ୍ତି । ଏହା ପରେ ସେ ଭାରତୀୟ ସିନେମାର ପିତାମହ ଭାବେ ପରିଚିତ ଦାଦା ସାହେବ ଫାଲକେଙ୍କ ବାୟୋପିକରେ ଅଭିନୟ କରିବେ । ଏହାକୁ ପିକେ ଫେମ ରାଜକୁମାର ହୀରାନୀ ନିର୍ମାଣ କରୁଛନ୍ତି । ଏହା ବ୍ୟତୀତ ଅମୀର ସାଉଥର ଲୋକପ୍ରିୟ ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ ସହ ଏକ ସୁପରହୀରୋ ଫିଲ୍ମରେ ଅଭିନୟ କରୁଛନ୍ତି । ସେ ଏହା ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି ।
ତେବେ ପିକେ ୨ ଫିଲ୍ମକୁ ଗୁଜବ ବୋଲି ଅମୀର କହିଛନ୍ତି । ଏହି ଫିଲ୍ମ ସମ୍ପର୍କରେ କୌଣସି ଆଲୋଚନା ହେଉନି । ଏହା ସତ୍ୟ ନୁହେଁ । ଯଦି ଏ ଭଳି କିଛି ହୁଏ ତେବେ ତାହା ବିଧିବଦ୍ଧ ଭାବେ ଜଣାଇ ଦିଆଯିବ ବୋଲି ଅମୀର କହିଛନ୍ତି । ମହାଭାରତ ଉପରେ ଫିଲ୍ମ କରିବା ମୋର ସ୍ୱପ୍ନ । ଏଥିନେଇ ମୁଁ ୨୫ ବର୍ଷ ହେବ ଉଦ୍ୟମ କରୁଛି । ଏ ପର୍ଯ୍ୟନ୍ତ ଏହି ସ୍ୱପ୍ନ ବାସ୍ତବ ରୂପ ଧାରଣ କରିନି ।
Comments are closed.