Latest Odisha News

BREAKING NEWS

ଆଉ ମହାଭାରତ ପ୍ରୋଜେକ୍ଟରେ କାମ କରିବେନି ଅମୀର

ମୁମ୍ବାଇ: ଅଭିନେତା ଅମୀର ଖାଁ ଶେଷର ମହାଭାରତ ପ୍ରୋଜେକ୍ଟରୁ ଓହରିଲେ । ତାଣ୍ଡବ ବିବାଦ ପରେ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ପ୍ରାୟ ୨ ବର୍ଷ ଧରି ଏହି ପ୍ରୋଜେକ୍ଟ ନେଇ ବିଭିନ୍ନ ପ୍ରକାର ଖବର ପ୍ରକାଶିତ ହୋଇ ଆସୁଥିଲା । ମଙ୍ଗଳବାର ଅମୀର ଆଉ ମହାଭାରତ ପ୍ରୋଜେକ୍ଟରେ କାମ କରିବେ ନାହିଁ ବୋଲି ସିଧାସଳଖ ମନା କରି ଦେଇଛନ୍ତି ।

ସେ ପରୋକ୍ଷରେ ମଧ୍ୟ କହିଛନ୍ତି ଅଯଥା ଏ ବାବଦକୁ ମୋର ୨ ବର୍ଷ ସମୟ ହେଲା । ବର୍ତମାନ ସବୁ ଦିଗକୁ ବିଚାର କରିବା ପରେ ଏହି ନିଷ୍ପତି ନେଇଛି ବୋଲି ଅମୀର କହିଛନ୍ତି । ପ୍ରଥମେ ଏହା ଫିଲ୍ମ ହେବ ବୋଲି ଘୋଷଣା କରାଯାଇଥିଲା, ପରେ ୱେବସିରିଜ କରିବା ପାଇଁ ଅମୀର ଏବଂ ପ୍ରଯୋଜକ ନିଷ୍ପତି ନେଇଥିଲେ । ଅମୀର ଏବେ ତାଙ୍କା ଆଗାମୀ ଫିଲ୍ମ ଲାଲ ସିଂ ଚଢ଼ା ନେଇ ବ୍ୟସ୍ତ ଅଛନ୍ତି ।

Leave A Reply

Your email address will not be published.