ଭୁବନେଶ୍ୱର: ଓଡିଶା ମହିଳା ଲିଗ୍ ଫୁଟବଲରେ ମଙ୍ଗଳବାର ଅନୁଷ୍ଠିତ ମୁକାବିଲାରେ ଇଷ୍ଟକୋଷ୍ଟ ରେଲୱେ ୩-୧ ଗୋଲରେ ଓପିଜି କ୍ଲବକୁ ପରାସ୍ତ କରିଛି । ବିଜୟୀ ଦଳ ପକ୍ଷରୁ ସରୋଜିନୀ ତିର୍କୀ (୨୩ତମ), ପ୍ରତିମା ମିଞ୍ଜ(୬୩ତମ) ଓ ତାରା ଖାତୁନ (୯୦+୬ ତମ) ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ଓପିଜି କ୍ଲବ ପକ୍ଷରୁ ସୋନିଆ ଇକ୍କା ୯୦ତମ ମିନିଟରେ ଏକମାତ୍ର ଗୋଲଟି ସ୍କୋର କରିଥିଲେ ।
ଚିତ୍ରମ୍ବଦା ପାତ୍ର, ସୁଲତାନ ପରୱିନ, ଚନ୍ଦ୍ରକାନ୍ତ ବାରିକ, ବିଚିତ୍ରା ପ୍ରଧାନ ଓ ଦୁର୍ଗା ମାଧବ ନାୟକ ମ୍ୟାଚ ପରିଚାଳନା କରିଥିଲେ । ପରବର୍ତୀ ମ୍ୟାଚ ସ୍ପୋର୍ଟ୍ସ ହଷ୍ଟେଲ ଓ ରାଇଜିଂ ଷ୍ଟୁଡେଂଟ କ୍ଲବ ମଧ୍ୟରେ କଳିଙ୍ଗ ଷ୍ଟାଡିୟମର ମୂଖ୍ୟ ଗ୍ରାଉଣ୍ଡରେ ଆୟୋଜିତ ହେବ ।
BREAKING NEWS
- ଇରାନୀ କପ୍: ଜାମ୍ମୁ-କାଶ୍ମୀରକୁ ହରାଇ ଚାମ୍ପିୟନ୍ ହେଲା ରେଷ୍ଟ ଅଫ୍ ଇଣ୍ଡିଆ
- ନୟାପଲ୍ଲୀ ଦୁଷ୍କର୍ମ ଘଟଣା:ମୁଖ୍ୟଅଭିଯୁକ୍ତଙ୍କ ୨ ସହଯୋଗୀ ଗିରଫ
- India summons Pak: ପାକିସ୍ତାନରୁ ବେଆଇନ ଅନୁପ୍ରବେଶକୁ ନେଇ ଭାରତର ଦୃଢ଼ ପ୍ରତିବାଦ;ପାକ୍ ହାଇକମିଶନଙ୍କୁ ସମନ୍
- ୭ ଜଣଙ୍କୁ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ
- ତାମିଲ ଫିଲ୍ମମେକର ସିଙ୍ଗିଥମ୍ ଶ୍ରୀନିବାସ ରାଓଙ୍କ ପରଲୋକ
- Drishyam 3: ୨ ଦିନରେ ୧୦୦ କୋଟି କ୍ଲବ୍ରେ ‘ଦୃଶ୍ୟମ ୩’! ବକ୍ସ ଅଫିସ୍ରେ ଅଜୟ ଦେବଗନଙ୍କ ଫିଲ୍ମର ଧମାକା, ୱାର୍ଲ୍ଡୱାଇଡ୍ କଲେକ୍ସନ୍ ୧୭୭ କୋଟି ପାର୍
- ଆକାଶରୁ ଖସିଲା ରହସ୍ୟମୟ ବକ୍ସ, ଇସ୍ରୋ ସହ ସମ୍ପର୍କ…
- Indians live longer: ଅସୁସ୍ଥ ଦିନ କାଟୁଛନ୍ତି ଭାରତୀୟ, ବୟସ ସହ ବଢୁଛି ରୋଗ…WHO ରିପୋର୍ଟ ଖୋଲିଲା ଆୟୁଷ୍ମାନ୍ ଭାରତର ବଡ଼ ଚିତ୍ର
- Congress On Fullback: ପଂଜାବ ନିର୍ବାଚନ ଖେଳରେ ପରଗତ ସିଂ ଫିଟ୍ !
- କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; CISF ଯବାନ ଗିରଫ

Comments are closed.