Latest Odisha News

BREAKING NEWS

ବନ୍ୟାବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଅମୀର, ଦେଲେ ୨୫ ଲକ୍ଷ ଟଙ୍କା

ମୁମ୍ବାଇ: ବଲିଉଡ ଅଭିନେତା ଅମୀର ଖାନ୍ କିଛିଦିନ ହେବ ପରଦାରୁ ଦୂରେଇ ରହିଛନ୍ତିି । ଏବେ ସେ ନିଜ ପରିବାର ଓ ପିଲାଙ୍କ ସହିତ ସମୟ ବିତାଉଛନ୍ତି । ଏଥିସହିତ ଝିଅର ବିବାହ ପାଇଁ ବି ଅମୀର ବ୍ୟସ୍ତ ଥିବା କୁହାଯାଉଛି । ଏସବୁ ବ୍ୟସ୍ତତା ଭିତରେ ବି ଅମୀର ବନ୍ୟା ବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ହିମାଚଳବାସୀଙ୍କ ପାଇଁ ବିପର୍ଯ୍ୟୟ ପାଣ୍ଠିକୁ ୨୫ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି ।

କିଛିଦିନ ତଳେ ହିମାଚଳପ୍ରଦେଶରେ ବାଦଲ ଫଟା ବର୍ଷା ହୋଇଥିଲା । ଏହାଦ୍ୱାରା ଭୂସ୍ଖଳନ ହେବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏମିତି କି ବହୁ କୋଠା ଭୁଶୁଡ଼ି ମାଟିରେ ମିଶି ଯାଇଥିଲା । ଏହି କାରଣରୁ ସେଠାରେ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ହିମାଞ୍ଚଳବାସୀଙ୍କୁ ସାହାଯ୍ୟ ପାଇଁ ଅନେକ ଲୋକେ ଆଗେଇ ଆସିଛନ୍ତି । ସେମାନଙ୍କ ଅବସ୍ଥା ଖୁବଶୀଘ୍ର ସୁଧୁରି ଯାଉ ବୋଲି ବଲିଉଡ ଅଭିନେତା ଅମୀର ଖାନ କାମନା କରିଛନ୍ତି । ଏଥିସହିତ ହିମାଚଳବାସୀଙ୍କ ପାଇଁ ସେ ସାହାଯ୍ୟର ହାତ ବଢ଼ାଇ ବିପର୍ଯ୍ୟୟ ପାଣ୍ଠିକୁ ୨୫ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି ।

ଅଭିନେତା ଅମୀରଙ୍କ ଏହି ସାହାଯ୍ୟ ରାଶି ପାଇଁ ମୁଖ୍ୟମନ୍ତ୍ରୀ ଠାକୁର ସୁଖବିନ୍ଦର ସିଂ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିସହିତ କହିଛନ୍ତି, ଦାନ ପାଣ୍ଠି ଅଭାବୀ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଅତି ନ୍ୟାୟପୂର୍ଣ୍ଣ ଭାବରେ ବ୍ୟବହାର କରାଯିବ ।

Leave A Reply

Your email address will not be published.