Latest Odisha News

ତୃତୀୟ ଥର ପାଇଁ ପ୍ରେମରେ ପଡିଛନ୍ତି କି ଅମୀର

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଳାକାର ଅମୀର ଖାଁ ତୃତୀୟ ଥର ପାଇଁ ପ୍ରେମରେ ପଡିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ୯୦ ଦଶକର ଏହି ଚକୋଲେଟ ବୟଙ୍କ ଚାହିଦା ଏବେ ବି କମି ନାହିଁ । ଫିଲ୍ମଫେୟାରରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଅମୀରଙ୍କୁ ନୂଆ ପ୍ରେମ ମିଳି ସାରିଛି । ସେ ତାଙ୍କ ବାନ୍ଧବୀଙ୍କ ସମ୍ପର୍କରେ କିଛି ଖୁଲାସା କରି ନାହାନ୍ତି । ଅମୀର ୨ ଥର ବିବାହ କରିଥିଲେ ମଧ୍ୟ ଏହା ଛାଡପତ୍ରରେ ଶେଷ ହୋଇଛି । ଅମୀର ତାଙ୍କ ନୂଆ ବାନ୍ଧବୀଙ୍କୁ ପରିବାର ସହ ଭେଟ ମଧ୍ୟ କରାଇ ସାରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବେଙ୍ଗାଲୁରରେ ତାଙ୍କ ରହସ୍ୟମୟୀ ପ୍ରେମିକା ରହୁଛନ୍ତି ।

୫୯ ବର୍ଷ ବୟସରେ ବିବାହ ମୋ ପକ୍ଷେ ସମ୍ଭବପର ନ ଥିଲେ ମଧ୍ୟ ଏକୁଟିଆ ରହିବାକୁ ମୋତେ ଭଲ ଲାଗେନି ବୋଲି ସେ କହିଛନ୍ତି । ୧୯୮୬ରେ ରୀନା ଦତଙ୍କୁ ଅମୀର ବିବାହ କରିଥିଲେ । ୨୦୦୨ରେ ସେମାନେ ଅଲଗା ହୋଇ ଯାଇଥିଲେ । ଏହା ପରେ ସେ କିରଣ ରାଓଙ୍କୁ ଭଲ ପାଇଥିଲେ । ୨୦୦୫ରେ ସେମାନଙ୍କ ବିବାହ ହୋଇଥିଲା । ୧୧ ବର୍ଷର ସମ୍ପର୍କ ପରେ ଅମୀରଙ୍କ ଦ୍ୱିତୀୟ ବିବାହ ମଧ୍ୟ ଭାଙ୍ଗି ଯାଇଥିଲା । ସେମାନଙ୍କ ଏକ ପୁଅ ମଧ୍ୟ ଅଛି ।

Comments are closed.