ଭୁବନେଶ୍ୱର: ରାଜ୍ୟ ବିଧାନସଭାର ସଚିବ ଭାବରେ ଆଇଏଏସ୍ ଅଧିକାରୀ ସତ୍ୟବ୍ରତ ରାଉତଙ୍କୁ ନିଯୁକ୍ତି ଦେଇଛନ୍ତି ଓଡ଼ିଶା ସରକାର।
ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ତାଙ୍କ ନିଯୁକ୍ତି ନେଇ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।
୨୦୧୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସତ୍ୟବ୍ରତ ରାଉତ ୱାର୍କସ୍ ଡିପାର୍ଟମେଣ୍ଟର ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଥିଲେ।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଫେବୃଆରୀ ୧୩ରେ ଆରମ୍ଭ ହେବାକୁ ଯାଉଛି। ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫେବୃଆରୀ ୧୭ରେ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ।
Comments are closed.