Latest Odisha News

BREAKING NEWS

ଝିଅ ଇରା ଖାନ ବିବାହରେ ପୂର୍ବତନ ପତ୍ନୀଙ୍କୁ କିସ୍ କଲେ ଅମୀର ଖାନ୍

ମୁମ୍ବାଇ: ଜାନୁଆରୀ ୩ରେ ବଲିଉଡର ଲୋକପ୍ରିୟ ଅଭିନେତା ଅମୀର ଖାନଙ୍କ ଝିଅ ଇରା ଖାନ ଏବଂ ନୁପୁର ଶିଖରେ ପରସ୍ପରକୁ ବିବାହ କରିଛନ୍ତି। ଇରା ଏବଂ ନୁପୁରଙ୍କ ବିବାହର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଇତିମଧ୍ୟରେ ଏବେ ସୋସିଆଲ ମିଡିଆରେ ଆମୀର ଖାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଝିଅ ଇରା ଓରଫ ଆୟରାଙ୍କ ବିବାହର ଅଭିନେତା ଆମୀର ଖାନଙ୍କ ଏକ ଭିଡିଓ ଇଣ୍ଟରନେଟରେ ସାମ୍ନାକୁ ଆସିଛି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକୃତରେ ଏହି ଭିଡିଓରେ ଆମୀର ଖାନ ତାଙ୍କ ପୂର୍ବତନ ପତ୍ନୀଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ସହ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିସହ ସୋଶିଆଲ ମିଡିଆ ୟୁଜର୍ସ ମଧ୍ୟ ଏହି ଭିଡିଓକୁ ନେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି।

ଏହି ଭିଡିଓ ଉପରେ କମେଣ୍ଟ କରି ଜଣେ ୟୁଜର ଲେଖିଛନ୍ତି ଯେ ଯେତେବେଳେ ଏତେ ଭଲ ପାଇବା ଥିଲା, ତାହେଲେ ଦୁଇ ପତ୍ନୀଙ୍କୁ କାହିଁକି ଛାଡିଲେ? ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଜଣେ ବ୍ୟକ୍ତି ଖାଇବା ପୂର୍ବରୁ ଏବଂ ପରେ ସବୁ ଜିନିଷର ମୂଲ୍ୟ ବୁଝିଥାଏ। ତୃତୀୟ ୟୁଜର ଲେଖିଛନ୍ତି ଯେ ଏବେ ଏହି ଦୁହେଁ ବିବାହ କରିବେ କି? ଆଉ ଜଣେ ୟୁଜର ଲେଖିଛନ୍ତି, ଝିଅ ବାହାଘରେ ଏପରି ଦୃଶ୍ୟ ଦେଖି ସେ ହତବାକ। ଏଭଳି ମନ୍ତବ୍ୟ ଦେଇ ନେଟିଜେନ୍ସ ଏବେ ଅମୀରଙ୍କୁ ଟ୍ରୋଲ କରୁଛନ୍ତି।

ଆପଣଙ୍କୁ କହିରଖୁଛୁ ଯେ ଏହି ସ୍ୱତନ୍ତ୍ର ଦିନ ଅବସରରେ ଅନେକ ବଡ ବଡ ସେଲିବ୍ରିଟି ଅଂଶଗ୍ରହଣ କରିଥିଲେ । ଏବେ ସୋସିଆଲ ମିଡିଆରେ ଏହି ବିବାହର ଅନେକ ଫଟୋ ସାମ୍ନାକୁ ଆସିଛି, ଯାହାକୁ ନେଇ ପ୍ରଶଂସକମାନେ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ଇରା ଖାନ ଏବଂ ନୁପୁର ଶିଖରେ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ। ସେପଟେ ଏବେ ଦୁହେଁ ଆନୁଷ୍ଠାନିକ ଭାବେ ବିହାହ କରିଛନ୍ତି । ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ବିବାହ ପାଇଁ ଜୋରଦାର ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.