Latest Odisha News

BREAKING NEWS

ବାଙ୍ଗିରିପୋଷି ଘାଟି ତଳକୁ ଓଲଟିଲା ୨ ଟ୍ରକ୍‌; ଜୀଅନ୍ତା ଜଳିଗଲେ ଡ୍ରାଇଭର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ୨୦ ଫୁଟ ତଳକୁ ଓଲଟିଲା ୨ ଟି ଟ୍ରକ୍ । ଘଟଣାରେ ଗୋଟିଏ ଟ୍ରକ୍ ରେ ନିଆଁ ଲାଗିଯିବାରୁ ଜଣେ ଡ୍ରାଇଭର ଜିଅନ୍ତା ଜଳି ଯାଇଥିବାବେଳେ, ଅନ୍ୟ ଏକ ଟ୍ରକ ଡ୍ରାଇଭରଙ୍କ ପତ୍ତା ମିଳିପାରିନାହିଁ । ତେବେ ଘନ କୁହୁଡି ଯୋଗୁଁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି ।

ସୂଚନା ମୁତାବକ, ଆଜି ସକାଳ ସମୟରେ ବାଙ୍ଗିରିପୋଷି ଘାଟିରେ ତେଲ ଟ୍ୟାଙ୍କର ଓ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା । ଉଭୟ ଟ୍ରକ୍ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିପଡିଥିଲେ । ତେବେ ଏହିସମୟରେ ତେଲ ଟ୍ୟାଙ୍କର ରେ ନିଆଁ ଲାଗିଯାଇଥିଲା । ଏଥିରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି ।

ଏନେଇ ସ୍ଥାନୀୟଲୋକେ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ତେବେ ଦୁର୍ଘଟଣାସ୍ଥଳରେ ଅନ୍ୟ ଜଣେ ଡ୍ରାଇଭର ଙ୍କର ପତ୍ତା ମିଳୁନାହିଁ । ଘଟଣାସ୍ଥଳରେ ବାଙ୍ଗିରିପୋଷି ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.