Latest Odisha News

ଚଳିତ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ ଫିଲ୍ମ ‘ଲାଲ ସିଂ ଚଢା’!

ମୁମ୍ବାଇ: ଚଳିତ ବର୍ଷ ଖ୍ରୀଷ୍ଟମାସରେ ‘ଲାଲ ସିଂ ଚଢା’ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଥିବା ଆମୀର ଖାନ କହିଛନ୍ତି।

ସୋସିଆଲ ମିଡିଆରେ ଆସିଥିବା ଏକ ନୂଆ ଭିଡିଓରେ ଅଭିନେତା ଅମିର ଖାନ ଏବଂ କରୀନା କପୁରଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି।

ଖ୍ରୀଷ୍ଟମାସ ୨୦୨୦ ଅବସରରେ ଲାଲ ସିଂ ଚଢା ମୁକ୍ତିଲାଭ କରିବାକୁ ଯୋଜନା ହୋଇଥିବାବେଳେ କରୋନା ମହାମାରୀ ହେତୁ ଏହି ଚଳଚ୍ଚିତ୍ର ରିଲିଜରେ ବିଳମ୍ବିତ ହୋଇଥିଲା।

ତେବେ ଚଳିତ ଖ୍ରୀଷ୍ଟମାସରେ ଫିଲ୍ମ ରିଲିଜ ହେବାର ଯୋଜନା ରହିଥିବା ନେଇ ଅମୀର ଖାନ୍‌ ସୂଚନା ଦେଇଛନ୍ତି।ସେ କହିଛନ୍ତି, “ଏପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସବୁ ନିୟନ୍ତ୍ରଣରେ ଥିବା ପରି ମନେ ହେଉଛି। ଆଶା କରୁଛି, ବର୍ଷ ଶେଷ ସୁଦ୍ଧା ଆମେ ଫିଲ୍ମ ରିଲିଜ ହୋଇଯିବ। “

Comments are closed.