ନୂଆଦିଲ୍ଲୀ: ଅଭିନେତା ଆମିର ଖାନ ଏବେ ପ୍ରଯୋଜନାରେ ବହୁତ ସକ୍ରିୟ ଅଛନ୍ତି। “ମିସିଂ ଲେଡିଜ୍” ଏବଂ “ହାପି ପଟେଲ” ପରେ ଆମିର ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଜଡିତ ଆଉ ଏକ ପ୍ରୋଜେକ୍ଟ ଆରମ୍ଭ କରୁଛନ୍ତି।
ଆମିର ଖାନ ତାଙ୍କ ପ୍ରଯୋଜନା କମ୍ପାନୀ ବ୍ୟାନରରେ ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ନିର୍ମାଣ କରିବାକୁ ଆଗଭର ହୋଇଛନ୍ତି।
ଏହି ଡକ୍ୟୁମେଣ୍ଟାରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିଗତ ଏବଂ ସାର୍ବଜନୀନ ଯାତ୍ରାକୁ ପ୍ରଦର୍ଶିତ କରିବ। ଓଡ଼ିଶାର ଏକ ଛୋଟ ଗାଁରୁ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଏବଂ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଡକ୍ୟୁମେଣ୍ଟାରୀ ମାଧ୍ୟମରେ ବିଶ୍ୱରେ ପ୍ରଦର୍ଶିତ ହେବ। ଡକ୍ୟୁମେଣ୍ଟାରୀରେ ସେ କିପରି ଅନେକ ଚ୍ୟାଲେଞ୍ଜ ଏବଂ ବ୍ୟକ୍ତିଗତ କ୍ଷତିକୁ ଅତିକ୍ରମ କରି ସମାଜର ସେବା କରିଥିଲେ ଏବଂ ସାମ୍ବିଧାନିକ ପଦବୀରେ ପହଞ୍ଚିଥିଲେ ତାହା ବିସ୍ତୃତ ଭାବରେ ବର୍ଣ୍ଣନା କରାଯିବ।
Comments are closed.