Latest Odisha News

BREAKING NEWS

‘ଲାହୋର ୧୯୪୭’ରେ ଦେଖିବାକୁ ମିଳିବ ଜବରଦସ୍ତ ଟ୍ରେନ ସିକ୍ବେନ୍ସ, ଧମାଲ କରିବେ ସନ୍ନି ଦେଓଲ

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ‘ଗଦର ୨’ର ଅପାର ସଫଳତା ପରେ ବର୍ତ୍ତମାନ ‘ଲାହୋର ୧୯୪୭’ ସହ ପୁଣି ପରଦାକୁ ଫେରିବାକୁ ଯାଉଛନ୍ତି ସନ୍ନି । ଏହି ଫିଲ୍ମରେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ । ତେବେ ଏହି ଫିଲ୍ମ ସହିତ ଅଭିନେତା ଅମୀର ଖାନଙ୍କର ଖାସ୍ କନେକ୍ସନ ରହିଛି ।

ବଲିଉଡ ଅଭିନେତା ଅମୀର ଖାନ ଏହି ଚଳଚ୍ଚିତ୍ର ନିର୍ମାଣ କରୁଥିବା ବେଳେ ରାଜକୁମାର ସନ୍ତୋଷୀ ଏହାର ନିର୍ଦ୍ଦେଶନା ଦେବେ । ଏଥିସହ ଏହି ଫିଲ୍ମରେ ଅମୀର ଖାନ କ୍ୟାମିଓ ରୋଲରେ ମଧ୍ୟ ନଜର ଆସିବେ । ଏହିପରି ଏହି ଫିଲ୍ମ ଏହି ଦୁଇ ତାରକା ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ। ବର୍ତ୍ତମାନ ଫିଲ୍ମକୁ ନେଇ ଏକ ବଡ ଅପଡେଟ ସାମ୍ନାକୁ ଆସିଛି । ଫିଲ୍ମର କ୍ଲାଇମାକ୍ସ ବହୁତ ସ୍ୱତନ୍ତ୍ର ଏବଂ ଜବରଦସ୍ତ ହେବ ବୋଲି ସୂଚନା ମିଳିଛି । ଜବରଦସ୍ତ ଟ୍ରେନ ସିକ୍ବେନ୍ସ ସହ ଏହି ଫିଲ୍ମର ଶେଷ ହେବ ବୋଲି ସୂଚନା ମିଳିଛି ।

ଖବର ମିଳିଛି ଯେ, ଲାହୋର ୧୯୪୭ ର ସୁଟିଂ ଭାରତ ବିଭାଜନର ସବୁଠାରୁ ମହତ୍ବାକାଂକ୍ଷୀ ଟ୍ରେନ୍ ସିକ୍ବେନ୍ସ ସହିତ ଶେଷ ହେବ । ଯାହା ପୂର୍ବରୁ ଦେଖାଯାଇଥିବା ଟ୍ରେନ ସିକ୍ଵେନ୍ସଠାରୁ ପୁରାପୁରି ଭିନ୍ନ ଏବଂ ବଡ଼ । ଅତି ସାବଧାନତାର ସହ ଏହାର ସୁଟିଂ ଚାଲିଛି । କୁହାଯାଉଛି ଯେ, ଯାହା କେବେ ହୋଇନଥିଲା ତାହା ଲାହୋର ୧୯୪୭ରେ ହେବ । ଏହାର କ୍ଲାଇମାକ୍ସ ସିନ୍ ଏକ ଭିନ୍ନ ଏବଂ ସ୍ୱତନ୍ତ୍ର ଢଙ୍ଗରେ ପ୍ରସ୍ତୁତ ହେଉଛି । ଏଥିରେ ଭାରତ ବିଭାଜନ ସମୟର ଭାବପ୍ରବଣ ମୂହୁର୍ତ୍ତ ଦେଖିବାକୁ ମିଳିବ ।

କହିରଖୁଛୁ ଯେ, ଏହି ଫିଲ୍ମରେ ଅମୀର ଏବଂ ସନ୍ନିଙ୍କୁ ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ । ସେପଟେ ପ୍ରୀତି ଏବଂ ସନ୍ନି ଦେଓଲଙ୍କୁ ପୂର୍ବରୁ ‘ହିରୋ’ ଏବଂ ‘ଫର୍ଜ’ ଭଳି ସିନେମାରେ ଏକାଠି ଦେଖିବାକୁ ମିଳିଥିଲା ​​ଏବଂ ସେମାନଙ୍କର ଯୋଡ଼ିକୁ ଖୁବ ପସନ୍ଦ କରାଯାଇଥିଲା । ତେବେ ଏହି ଫିଲ୍ମ ସହ ସନ୍ନି ଏବଂ ପ୍ରୀତି ୩ୟ ଥର ପାଇଁ ଏକାଠି କାମ କରିବେ । ପ୍ରୀତିଙ୍କ ଏହି ଦମଦାର କମବ୍ୟାକ ନେଇ ଫ୍ୟାନ୍ସ ଉତ୍ସାହିତ ଥିବା ବେଳେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Comments are closed.