Latest Odisha News

BREAKING NEWS

ଏହି ଗୀତରେ ଏକାଠି ନଜର ଆସିବେ ଅମୀର୍‌ ଖାନ୍‌ ଏବଂ ଏଲି ଆବ୍ରାହମ୍‌

ନୂଆଦିଲ୍ଲୀ: ଶନିବାର ଅଭିନେତ୍ରୀ ଏଲି ଆବ୍ରାହମ୍‌ ତାଙ୍କର ଆଗାମୀ ଗୀତ “ହର ଫନ୍‌ ମୌଲା” ର ପ୍ରଥମ ଲୁକ୍ ସେୟାର କରିଛନ୍ତି। ଯେଉଁଥିରେ ଏଲି ଏବଂ ବଲିଉଡର ସୁପରଷ୍ଟାର ଆମୀର ଖାନ ଏକାଠି ନଜର ଆସିବେ।

କୋଇ ଜାନେ ନା ଗୀତ ‘ହର ଫନ ମୌଲା’ରେ ଆମୀର ଖାନ ଏବଂ ଏଲି ଆବ୍ରାହମ୍‌ ଏକତ୍ର ନୃତ୍ୟ କରିବେ। ଏହି ଗୀତ ମାର୍ଚ୍ଚ ୧୦ ରେ ରିଲିଜ କରିବ।

ପୋଷ୍ଟର ସେୟାର କରି ଆବ୍ରାହମ୍‌ ଲେଖିଛନ୍ତି ଯେ, “ମାର୍ଚ୍ଚ ୧୦ ରେ ସେମାନଙ୍କୁ ଭେଟିବାକୁ ପ୍ରସ୍ତୁତ ହୁଅ। ”

ଗୀତର ପୋଷ୍ଟରରେ ଆମୀରଙ୍କୁ ଏକ ସୁନ୍ଦର ଏବଂ ନୂଆ ଅବତାରରେ ଦେଖିବାକୁ ମିଳିବ। ତେବେ ଏହି ଭିନ୍ନ ଲୁକ୍‌ ପାଇଁ ଅମୀର୍‌ ନିଜେ ପରାମର୍ଶ ଦେଇଥିବା ସୂଚନା ମିଳିଛି।

Comments are closed.