Latest Odisha News

BREAKING NEWS

ଅମୀରଙ୍କ ଅନୁରୋଧ ରକ୍ଷା କଲେ ଅକ୍ଷୟ: ଘୁଞ୍ଚାଇଲେ ନିଜ ଫିଲ୍ମ ରିଲିଜ ତାରିଖ !

ମୁମ୍ବାଇ: ଚଳିତ ବର୍ଷ ଡିସେମ୍ବର ୨୫ ବଡଦିନ ଅବସରରେ ବଲିଉଡର ଦୁଇ ସୁପରଷ୍ଟାର ଅମୀର ଖାଁ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ମଧ୍ୟରେ ମୁକାବିଲା ହେବାର ଥିଲା । ଏହି ଦୁଇଟି ଫିଲ୍‌ମ ହେଲା ଲାଲ ସିଂ ଚଢ଼ା ଓ ବଚ୍ଚନ ପାଣ୍ଡେ ।

ଅମୀର ଖାଁ ରିଲିଜ ତାରିଖ ଘୁଂଚାଇବା ନେଇ ଅକ୍ଷୟଙ୍କୁ ଅନୁରୋଧ କରିଥିଲେ । ଅକ୍ଷୟ ଏଥିରେ ରାଜି ହୋଇ ଫିଲ୍ମ ରିଲିଜ ତାରିଖ ଘୁଂଚାଇଥିଲେ । ବର୍ତମାନ ଡିସେମ୍ବର ୨୫ ବଦଳରେ ଏହା ୨୦୨୧୦ ଜାନୁୟରୀ ୨୨ରେ ରିଲିଜ ହେବ ।

ଅପରପକ୍ଷରେ ଅକ୍ଷୟଙ୍କ ଚଳିତ ବର୍ଷ ଅନେକଗୁଡିଏ ବିଗ୍ ପ୍ରୋଜେକ୍ଟ ରହିଛି । ସେଗୁଡିକ ମଧ୍ୟରେ ଲକ୍ଷ୍ମୀ ବମ୍ବ, ପୃଥ୍ୱୀରାଜ, ବେଲ ବଟ୍ଟନ ପ୍ରମୁଖ । ଅକ୍ଷୟ ଓହରିଯିବା ପରେ ଅମୀରଙ୍କ ଲାଲ ସିଂ ଚଢ଼ା ବଡଦିନ ଛୁଟି ଅବସରରେ ଏହା ରିଲିଜ ହେବ ।

ବଚ୍ଚନ ପାଣ୍ଡେର ନିର୍ଦ୍ଦେଶନା ଫରହାଦ ସାମଜି ଓ ଏହା ସାଜିଦ ନାଡିୱାଡଙ୍କ ଫିଲ୍ମ ଅଟେ । ଅମୀରଙ୍କ ପରେ ଟୁଇଟରରେ ଅକ୍ଷୟ ଓ ସାଜିଦଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ବଚ୍ଚନ ପାଣ୍ଡେ ଫିଲ୍ମର ନୂତନ ପୋଷ୍ଟର ସାମ୍ନାକୁ ଆସିଛି ।

Comments are closed.