Latest Odisha News

୫୬ ବର୍ଷରେ ପଦାର୍ପଣ କଲେ ରୋମାଣ୍ଟିକ୍‌ ହିରୋ ଅମୀର ଖାନ

ନୂଆଦିଲ୍ଲୀ: ବଲିଉଡ୍‌ର ରୋମାଣ୍ଟିକ୍‌ ହିରୋ ଅମୀର ଖାନ ନିଜ ଭିନ୍ନ ଚରିତ୍ର ପାଇଁ ବଲିଉଡ୍‌ରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅମିର ଖାନ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି।

ବଡ ପରଦାରେ ତାଙ୍କ ଚରିତ୍ରକୁ ଜୀବନ୍ତ କରିବା ପାଇଁ ସେ ବେଶ୍‌ ଜଣାଶୁଣା।  ୧୯୮୮ ରେ ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର କୟାମତ୍‌ ସେ କୟାମତ୍‌ ତକ ଠାରୁ ଆରମ୍ଭ କରି ଦଙ୍ଗଲ ଏବଂ ଗଜିନି ଭଳି ଚଳଚ୍ଚିତ୍ରରେ ସେ ନିଜର ଦକ୍ଷତା ପ୍ରତିପାଦନ କରିଆସିଛନ୍ତି।

ତାଙ୍କର ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ ଖ୍ରୀଷ୍ଟମାସ ଉପଲକ୍ଷେ ମୁକ୍ତିଲାଭ କରିବ। ଯେଉଁଥିରେ ତାଙ୍କୁ ଜଣେ ସର୍ଦ୍ଦାର ଭୂମିକାରେ ଦେଖିବାକୁ ମିଳିବ।

ଆମିର ଖାନ ଆଠ ବର୍ଷ ବୟସରେ ତାଙ୍କ ମାମୁଁ ନାସିର ହୁସେନ୍ ଫିଲ୍ମ ‘ୟାଦୌ କି ବାରାତ୍’ ରେ ବଲିଉଡରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ। କିନ୍ତୁ ୧୯୮୮ ରେ ବହୁ ସଫଳ ଏବଂ ରୋମାଣ୍ଟିକ୍‌ ଫିଲ୍ମ କୟାମତ୍‌ ସେ କୟାମତ୍‌ ତକ୍‌ରେ ଅଭିନୟ କରି ତାଙ୍କର ଅଭିନୟ ଦକ୍ଷତାକୁ ପ୍ରମାଣ କରି ପ୍ରସିଦ୍ଧି ଲାଭ କରିଥିଲେ।

ଜାଣନ୍ତୁ ଅମିର୍‌ଙ୍କ କେତୋଟି ହିଟ୍‌ ଫିଲ୍ମ ଲିଷ୍ଟ
ହମ୍‌ ହୈ ରହି ପ୍ୟାର୍‌ କେ ୧୯୯୩, ସରଫରୋଶ ୧୯୯୯, ଲଗାନ୍ ୨୦୦୧, ଦିଲ୍ ଚାହତା ହୈ ୨୦୦୧, ରଙ୍ଗ ଦେ ବସନ୍ତୀ ୨୦୦୬, ତାରେ ଜମିନ୍ ପର ୨୦୦୭, ଦଙ୍ଗଲ ୨୦୧୬,

 

Comments are closed.