Latest Odisha News

କଙ୍କାଳ ରହସ୍ୟ: ଯାଁଳା ଫାଣ୍ଡିରେ କାରରୁ ଜବତ କଙ୍କାଳର ପରିଚୟ ପାଇଁ ତିଆରି ହେବ ସ୍କେଚ୍

ଭୁବନେଶ୍ୱର: ଯାଁଳା ଫାଣ୍ଡି ପରିସରରେ ଥିବା କାରରୁ କଙ୍କାଳ ମିଳିବା ଘଟଣାକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । କଙ୍ଗାଳ ଜଣେ ମହିଳାଙ୍କର ବୋଲି ଜଣା ପଡ଼ିଛି । ମୃତ ମହିଳା କିଏ ? କଙ୍କାଳର ପରିଚୟ ପାଇଁ ତିଆରି ହେବ ସ୍କେଚ୍ । ଖପୁରୀ ଓ କଙ୍କାଳର ଫଟୋ ହାଇଦ୍ରାବାଦ୍ ପଠାଯିବ । ନରକଙ୍କାଳରୁ ମିଳିଥିବା ପୋଷାକର ଫଟୋ ଜାରି ହେବ ବୋଲି ଡିସିପି ସୂଚନା ଦେଇଛନ୍ତି । ମହିଳାଙ୍କ ଶରୀର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ ପରିଚୟ ଜାଣିବା ପୋଲିସ ଆଗରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ।

BjdElectrycity

କାର୍ ଭିତରୁ କଙ୍କାଳ ଜବତକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାର ଭିତରେ କିଭଳି ମହିଳାଙ୍କ ମୃତ୍ୟୁ ହେଲା ? କେହି ହତ୍ୟା କରି କାର୍ ଭିତରେ ରଖିଥିଲା କି ମୃତଦେହ? ୬ ମାସ ହେବ କାର ଭିତରେ ମୃତଦେହ ପଡ଼ିଥିଲେ ବି କେହି ଜାଣିପାରିଲେ ନାହିଁ କେମିତି ? ଏହା ପଛରେ କଣ ରହିଥାଇପାରେ ରହସ୍ୟ ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜି ବାହାର କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ।ନିଲମ୍ୱିତ ଯାଁଳା ଫାଣ୍ଡି ଅଧିକାରୀ

ଏହ ଘଟଣାରେ ଗତକାଲି ଯାଁଳା ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କରିଥିଲେ ଭୁବନେଶ୍ୱର ଡିସିପି । ଗଞ୍ଜେଇ ଚୋରା ଚାଲାଣ ମାମଲାରେ ସିଜି ହୋଇ ୨୦୧୯ ମସିହାରୁ ଫାଣ୍ଡି ପରିସରରେ କାର୍ ରହିଥିଲା । ଫେବ୍ରୁଆରୀ ମାସରେ ଗାଡ଼ି ନେବା ବେଳେ ସାମନାକୁ ଆସିଥିଲା କଙ୍କାଳ ସସପେନ୍ସ । ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣେ ମହିଳାଙ୍କ କଙ୍କାଳ ବୋଲି ଜଣା ପଡ଼ିଛି । ଯାହାଙ୍କର ବୟସ ପାଖାପାଖି ୪୦-୪୫ବର୍ଷ ହେବ ।

Leave A Reply

Your email address will not be published.