ନୂଆଦିଲ୍ଲୀ: ବ୍ଲକ୍ବ୍ଲଷ୍ଟର ବଲିଉଡ୍ ମୁଭି ‘ଲଗାନ’କୁ ୨୦ ପୂରିଛି। ଏଥିରେ ବଲିଉଡ୍ର ରୋମାଣ୍ଟିକ୍ ହିରୋ ଅମିର୍ ଖାନ୍ଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ‘ମିଷ୍ଟର ପରଫେକ୍ସନିଷ୍ଟ’ ଭାବରେ ଜଣାଶୁଣା ଆମୀର ଖାନଙ୍କ ଏହି ମୁଭି ୨୦୦୧ ମସିହା ଜୁନ୍ ୧୪ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ଓସ୍କାର ପାଇଁ ମଧ୍ୟ ମନୋନୀତ ହୋଇଥିଲା।
ତେବେ ଏହି ଅବସରରେ ନିର୍ମାତା ତଥା ଅଭିନେତା ଅମିର ଖାନ୍ ଚଳଚ୍ଚିତ୍ରର ସ୍ମୃତିକୁ ମନେ ପକାଇଛନ୍ତି। ଏହାସହ ସେ କହିଛନ୍ତି ଯେ ଯଦି ଲଗାନ୍ର ରିମେକ୍ ନିର୍ମାଣ କରାଯାଏ ତେବେ ମୁଁ ବହୁତ ଖୁସି ହେବି।
ସେ ଆହୁରି ମଧ୍ୟ କହିଛନ୍ତି, “ ଯଦି ଅନ୍ୟ ଏହାର ରିମେକ୍ ତିଆରି କରିବାକୁ ଚାହାଁନ୍ତି ଏବଂ ସେମାନଙ୍କର ଦୃଷ୍ଟିକୋଣ ଆଣିବାକୁ ଚାହାଁନ୍ତି, ତେବେ ମୁଁ କାହାକୁ ଅଟକାଇବାକୁ ଚାହେଁ ନାହିଁ। ଯାହା ଲଗାନରେ ଅଧୁରା ରହିଯାଇଥିଲା ତାହା ଏଥିରେ ପୂରା ହୋଇପାରିବ। ଏଥିରେ ମୋର କୌଣସି ଅସୁବିଧା ନାହିଁ।
Comments are closed.