Latest Odisha News

ଜୁନ୍‌ ୨୧ ଯାଏ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ

ବେଙ୍ଗାଲୁରୁ: ଜୁନ୍‌ ୨୧ ଯାଏ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ ହୋଇଛି। ବେଙ୍ଗାଲୁରୁ ସିଟି ପୋଲିସ କମିଶନର ତଥା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏ ନେଇ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ଜୁନ୍ ୨୧ ମଧ୍ୟରାତ୍ର ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଲକ୍‌ଡାଉନ ବଢାଇବା ସହିତ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ କରିଛନ୍ତି।

ସୂଚନା ଅନୁଯାୟୀ ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ୍ ଏବଂ ବିମାନବନ୍ଦର ବ୍ୟତୀତ ସର୍ବସାଧାରଣ ସ୍ଥାନରେ କୌଣସି ସାଧାରଣ ସମାବେଶକୁ ଅନୁମତି ଦିଆଯିବ ନାହିଁ।

ବେଙ୍ଗାଲୁରୁରେ ସୋମବାର ୧୪୭୦ ଟି ନୂଆ ମାମଲା ରେକର୍ଡ ହୋଇଥିବା ବେଳେ କରୋନାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Comments are closed.