Latest Odisha News

BREAKING NEWS

ଟାଟ୍ଟୁ ଆର୍ଟିଷ୍ଟ ପାଲଟିଲେ ବଲିଉଡ ସୁପରଷ୍ଟାରଙ୍କ ଝିଅ !

ମୁମ୍ବାଇ: ନେପୋଟିଜମକୁ ନା କହିଲେ ବଲିଉଡର ଜଣେ ସୁପରଷ୍ଟାରଙ୍କ ଲାଡଲି । ଅଭିନେତ୍ରୀ ବଦଳରେ ଟାଟ୍ଟୁ ଆର୍ଟିଷ୍ଟ ହେବାକୁ ପସନ୍ଦ କଲେ । ତେବେ ଏ କଥା ଆମେ କହୁନୁ ବରଂ ଖୋଦ ଆମିର ଖାନଙ୍କ ଝିଅ ସୋସିଆଲ ମିଡିଆରେ ଜଣାଇଛନ୍ତି ।

 

View this post on Instagram

 

What? ?????? . . . ? @nupurshikhare #guesswhat #firsttime #newskill

A post shared by Ira Khan (@khan.ira) on

ଲୁକ୍କାୟିତ ପ୍ରତିଭାର ଅଧିକାରୀ ଆମିରଙ୍କ ଝିଅ ଇରା । ପାଲଟିଛନ୍ତି ପ୍ରଫେସ୍ନାଲ ଟାଟ୍ଟୁ ଆର୍ଟିଷ୍ଟ । ଅଭିନୟ ଦୁନିଆରେ ପାଦ ଦେବା ବଦଳରେ ଏହି ଲୋ ପ୍ରୋଫାଇଲ ସେକ୍ଟରରେ ନିଜକୁ ନିବେଶ କରିଛନ୍ତି । କଥାରେ ନୁହେଁ ବରଂ କାମରେ ବି କରିଦେଖାଇଛନ୍ତି । ଯାହା ଏହି ଫଟୋ ଓ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।

ଆମିର ଓ ରିନା ଦତ୍ତାଙ୍କ ଔରସରୁ ଜନ୍ମିତ ଇରା କେବେ ବି ନିଜ ବାପାଙ୍କ ପପୁଲାରିଟିର ଫାଇଦା ଉଠାଇନାହାନ୍ତି । ସବୁବେଳେ ଲୋ ପ୍ରୋଫାଇଲ ଓ କ୍ୟାମେରାଠୁ ଦୂରେଇ ରହିବାକୁ ପସନ୍ଦ କରିଥାନ୍ତି । ଫିଲ୍ମ ଜଗତ କଥା କହିଲେ ସେ ବ୍ୟାକଷ୍ଟେଜରେ କାମ କରିବାକୁ ପସନ୍ଦ କରିଥାନ୍ତି । ହେଲେ ଭବିଷ୍ୟତରେ ସୁଯୋଗ ମିଳିଲେ ସେ ଆକ୍ସନ ଫିଲ୍ମରେ ଅଭିନୟ କରିବାକୁ ଇଛୁକ ଥିବା ଜଣାପଡିଛି ।

Leave A Reply

Your email address will not be published.