Latest Odisha News

BREAKING NEWS

ଅମୀର ବନାମ ଅର୍ଜୁନ; ଏଥର କିଏ ଜିତିବ ଦର୍ଶକଙ୍କ ହୃଦୟ

ନୂଆଦିଲ୍ଲୀ: ଚଳିତ ଖ୍ରୀଷ୍ଟମାସରେ ଦୁଇଟି ବିଗ୍‌ ବଜେଟ୍‌ ମୁଭି ପରଦାରେ ଧୁମ୍‌ ମଚେଇବ। ଏହାକୁ ନେଇ ଦର୍ଶକ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଗୋଟିଏ ପଟେ ଅମୀର୍‌ ଖାନଙ୍କ ଲାଲ୍‌ ସିଂ ଚଢା ରିଲିଜ କରୁଥିବା ବେଳେ ଅନ୍ୟପଟେ ସାଉଥ୍‌ ସୁପର୍‌ଷ୍ଟାର୍‌ ଅଲୁ ଅର୍ଜୁନଙ୍କ ପୁଷ୍ପା ଦ ରାଇଜ୍‌ ରହିଛି। ଏହି ଖ୍ରୀଷ୍ଟମାସରେ ଏହି ଦୁଇଟି ପିଲ୍ମକୁ ନେଇ ବଡ ମୁକାବିଲା ହେବ ବୋଲି ଆଶା କରାଯାଉଛି। ଏହାକୁ ନେଇ ପ୍ରଶଂସକ ବେଶ୍‌ ଙ୍କୁ ଉତ୍ସାହିତ ମଧ୍ୟ ଅଛନ୍ତି।

ଅମୀର୍‌ ଖାନ୍‌ଙ୍କ ଲାଲ ସିଂ ଚଢା ହେଉଛି ଓଲିଉଡର ବ୍ଲକବଷ୍ଟର ଫରେଷ୍ଟ ଗୁମ୍ପ୍‌ ହିନ୍ଦୀ ରିମେକ୍। ଆଇକନିକ୍ ହଲିଉଡ୍ ଚଳଚ୍ଚିତ୍ରରେ ଟମ୍ ହ୍ୟାଙ୍କ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମ ୧୯୯୪ ମସିହାରେ ମୁକ୍ତିଲାଭ କରିଥିଲା। ଲାଲ ସିଂ ଚଢାରେ ଅମୀର୍‌ଙ୍କ ସମେତ କରୀନା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Leave A Reply

Your email address will not be published.