Latest Odisha News

ଶଟପୁଟରେ ନିରାଶ କଲେ ତେଜିନ୍ଦର

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଜି ଭଲ ଦିନ ନ ଥିଲା । ହକି, ରେସଲିଂ ପରେ ଶଟପୁଟ ପୁରୁଷ ବିଭାଗରେ ଭାରତର ତେଜିନ୍ଦରପାଲ ସିଂ ଟୁର ଫାଇନାଲକୁ କ୍ୱାଲିଫାଇ କରିପାରି ନାହାନ୍ତି । ୧୨ ଜଣ ଫାଇନାଲକୁ ଉନ୍ନୀତ ହେବାକୁ ଥିବା ବେଳେ ସେ ଓଭରାଲ ୧୩ତମ ସ୍ଥାନରେ ରହିଥିଲେ ।

ସେ ୧୯.୯୯ ମିଟର ଦୂରତାକୁ ଶଟପୁଟ ଫିଙ୍ଗିଥିଲେ । ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୨୧.୪୯ ମିଟର ରହିଥିଲା । ବ୍ରାଜିଲର ଡର୍ଲାନ ରୋମାନୀ ୨୧.୧୩ ମିଟର ସହ ପ୍ରଥମ ସ୍ଥାନରେ ରହିଥିଲେ । ସମୁଦାୟ ୩୨ ଥ୍ରୋୟର ଏଥିରେ ଭାଗ ନେଇଥିଲେ ।

Leave A Reply

Your email address will not be published.