Latest Odisha News

୩୦ ବର୍ଷ ପରେ ରଜନୀକାନ୍ତଙ୍କ ସହ ଅଭିନୟ କରିବେ ଅମୀର

ମୁମ୍ବାଇ : ଲାଲ ସିଂ ଚଢ଼ା ଫ୍ଲପ ହେବା ପରେ ଅମୀର ଖାଁ ଅଭିନୟରୁ ବ୍ରେକ ନେଇଛନ୍ତି । ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଫିଲ୍ମ ଆସି ନାହିଁ । ସେ ଏବେ ନିଜର ହୋମ ପ୍ରଡକ୍ସନ ଫିଲ୍ମ ସିତାରେ ଜମୀନର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଇତି ମଧ୍ୟରେ ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଲୋକେଶ କନଗରାଜ ତାଙ୍କ ପ୍ରିୟ ହୀରୋ ରଜନୀକାନ୍ତଙ୍କୁ ନେଇ କୁଲୀ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ରିପୋର୍ଟ ମୁତାବକ ଏହି ଫିଲ୍ମରେ ଅମୀରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

ଯଦି ଏହି ଖବର ସତ୍ୟ ହୋଇଥାଏ ତେବେ ୩୦ ବର୍ଷ ପରେ ଦୁଇ ସୁପରଷ୍ଟାର ଏକତ୍ର ଅଭିନୟ କରିବେ । ଏହା ପୂର୍ବରୁ ୧୯୯୫ରେ ଆତଙ୍କ ହି ଆତଙ୍କରେ ସେମାନେ ଏକତ୍ର ଅଭିନୟ କରିଥିଲେ । ଅବଶ୍ୟ ବକ୍ସ ଅଫିସରେ ଏହା ଭଲ ବ୍ୟବସାୟ କରି ନ ଥିଲା । ଲୋକେଶ ଏହା ପୂର୍ବରୁ କମଲ ହାସନଙ୍କ ସହ ବିକ୍ରମ ଏବଂ ଥାଲାପତି ବିଜୟଙ୍କ ସଙ୍ଗେ ଲିଓ cଫିଲ୍ମ କରିଛନ୍ତି । ୨ଟି ଯାକ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା ।

Comments are closed.