Latest Odisha News

BREAKING NEWS

ଫିଲ୍ମ ‘ରଙ୍ଗ୍‌ ଦେ ବସନ୍ତୀ’ ବିଳମ୍ବ ପାଇଁ ୮ କୋଟି ଦାବି କରିଥିଲେ ଅମୀର

ନୂଆଦିଲ୍ଲୀ: ନିକଟରେ ରାକେଶ ଓମପ୍ରକାଶ ମେହେରା ତାଙ୍କ ଆତ୍ମଜୀବନୀ ‘ଦ ଷ୍ଟ୍ରେଞ୍ଜର୍‌ ଇନ୍‌  ଦ ମିରର୍‌’ ମୁକ୍ତିଲାଭ କରିଥିଲା। ରିତା ରାମମୂର୍ତ୍ତି ଗୁପ୍ତାଙ୍କ ସହ-ଲିଖିତ ଏହି ପୁସ୍ତକରେ ଚଳଚ୍ଚିତ୍ର ନିର୍ମାତା ତାଙ୍କ ଚଳଚ୍ଚିତ୍ର ଏବଂ ଜୀବନ ବିଷୟରେ ଅନେକ ଖୁଲାସା କରିଥିଲେ। ଏଥିରେ ସେ ଆଉ ଏକ ଖୁଲାସା ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ ରଙ୍ଗ ଦେ ବସନ୍ତୀ ରିଲିଜ ବିଳମ୍ବ ପାଇଁ ୮ କୋଟି ଦେବାକୁ ଦାବି କରିଥିଲେ ଅମୀର୍‌। ରଙ୍ଗ୍‌ ଦେ ବସନ୍ତୀ ୨୬ ଜାନୁୟାରୀ ୨୦୦୬ରେ ମୁକ୍ତିଲାଭ କରିଥିଲା।

ସେ ତାଙ୍କ ଆତ୍ମଜୀବନୀରେ ରଙ୍ଗ ଦେ ବସନ୍ତୀ ବିଷୟରେ ଅନେକ ପ୍ରକାଶ କରିଥିଲେ। ସେ ପ୍ରକାଶ କରିଛନ୍ତି ଯେ ଅମୀର ଖାନଙ୍କ ଚୁକ୍ତିରେ ଏକ ଧାରା ଥିଲା ଯେ ଯଦି ଫିଲ୍ମ ବିଳମ୍ବ ହୁଏ ଏବଂ ସେ ଠିକ୍ ସମୟରେ ତାଙ୍କ ଫି ନପାଆନ୍ତି ତେବେ ସେ ଦୁଇଗୁଣ ନେବେ।

Leave A Reply

Your email address will not be published.