Latest Odisha News

ରାଜ କୁନ୍ଦ୍ରାଙ୍କ ବିରୋଧରେ ସେକ୍ସୁଆଲ ମିସକଣ୍ଡକ୍ଟ ଅଭିଯୋଗ ଆଣିଲେ ଶାର୍ଲିନ

ମୁମ୍ବାଇ: ରାଜ କୁନ୍ଦ୍ର ପର୍ଣ୍ଣଗ୍ରାଫି ମାମଲାରେ ମଡେଲର ଶାର୍ଲିନ ଚୋପ୍ରା ମୁମ୍ବାଇ କ୍ରାଇମ ବ୍ରାଂଚ ସମ୍ମୁଖରେ ହାଜର ହୋଇଛନ୍ତି । ରାଜଙ୍କ ବିରୋଧରେ ଶାର୍ଲିନ ସେକ୍ସୁଆଲ ମିସକଣ୍ଡକ୍ଟ ପରି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ପୂର୍ବରୁ ଏ ନେଇ ସେ ୨୦୨୧ରେ ରାଜଙ୍କ ବିରୋଧରେ କେସ କରିଥିଲେ । ଶାର୍ଲିନଙ୍କ ସମେତ ଆହୁରି କେତେ ଜଣ ଅଭିନେତ୍ରୀ ରାଜଙ୍କ ହଟଶଟ୍ସ ଆପ ନେଇ ଖୋଲାଖୋଲି ଭାବେ ସମ୍ମୁଖକୁ ଆସିଛନ୍ତି । ଶିଳ୍ପା ସେଟ୍ଟୀଙ୍କ ସହ ରାଜଙ୍କ ସମ୍ପର୍କ ଭଲ ନ ଥିଲା ବୋଲି ଶାର୍ଲିନ କହିଛନ୍ତି ।

୨୭ ମାର୍ଚ୍ଚ ୨୦୧୯ରେ ବିଜନେସ ମିଟିଂ ପରେ ରାଜ ଘରକୁ ଆସି ଜୋର ଜବରଦସ୍ତ କିସ କରିବାକୁ ଚାହିଁଥିଲେ । ମନା କରିଥିଲେ ମଧ୍ୟ ସେ ଶୁଣି ନ ଥିଲେ ବୋଲି ଶାର୍ଲିନ କହିଛନ୍ତି । ଏହି ଅବସରରେ ଶିଳ୍ପାଙ୍କ ସହ ସମ୍ପର୍କ କମ୍ଲିକେଟେଡ ରହିଛି ବୋଲି କହିଥିଲେ । ଗିରଫ ହେବା ଭୟରେ ଶାର୍ଲିନ ମୁମ୍ବାଇ ହାଇକୋର୍ଟଙ୍କ ନିକଟରେ ଅଗ୍ରଣୀ ଜାମିନ ଆବେଦନ କରିଛନ୍ତି ।

Leave A Reply

Your email address will not be published.