Latest Odisha News

ଦିଲ୍ଲୀରେ ଆପ୍- ବିଜେପି କଳି ଛିଣ୍ଡୁନି

ନୂଆଦିଲ୍ଲୀ: ଦିଲ୍ଲୀରେ ଆପ ଏବଂ ବିଜେପି ମଧ୍ୟରେ ବିବାଦ ବଢ଼ିଆାରେ ଲାଗିଛି । ମନିଷ ଶିସୋଦିଆଙ୍କ ବିରୋଧରେ ସିବିଆଇ ତଦନ୍ତ ଆଦେଶ ଦେଇଥିବା ଏଲଜି ଭିକେ ସାକ୍ସେନାଙ୍କ ବିରୋଧରେ ସିବିଆଇ ତଦନ୍ତ କରିବାକୁ ଆପ ଦାବି କରିଛି । ବିଧାନସଭାରେ ଆପ୍ ସଂଖ୍ୟା ଗରିଷ୍ଠ ପ୍ରମାଣ ଦେବାପାଇଁ ସ୍ବତନ୍ତ୍ର ଅଧିବେଶନ ଡାକିଥିବାବେଳେ ଏହି ଅଭିଯୋଗ ଆଣିଛନ୍ତି ଆପ ବିଧାୟକ ଦୁର୍ଗେଶ ପାଠକ ।

ସେ କହିଛନ୍ତି ଏଲଜି ଭି.କେ ସାକ୍ସେନା 1400 କୋଟି ଟଙ୍କା ଠକେଇ କରିଛନ୍ତି । ବିମୁଦ୍ରୀକରଣ ସମୟରେ ଖଦି ଓ ଗ୍ରାମ ଇଣ୍ଡଷ୍ଟ୍ରିଜର ମୁଖ୍ୟ ଥିବା ଏଲଜି ଭି.କେ ସାକ୍ସେନା କଳା ଟଙ୍କାକୁ ଧଳା ଟଙ୍କାରେ ପରିଣତ କରିଛନ୍ତି। LG କୁ ଦୁର୍ନୀତିଗ୍ରସ୍ତ ବୋଲି କହି ବିଧାୟକ ସିବିଆଇ-ଇଡି ଯାଞ୍ଚ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କହିଛନ୍ତି ।

ଏହି ସମୟରେ ଆପର ସମସ୍ତ ବିଧାୟକ ପ୍ରଥମେ ବିଧାନସଭା ଭିତରେ ଏବଂ ପରେ ବାହାରେ ପୋଷ୍ଟର ଏବଂ ବ୍ୟାନର ଧରି ବିଜେପି ବିରୋଧରେ ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.